Masthead

ଟଙ୍କା ଓ କୁକୁଡ଼ା ଦିଅ ଆବାସ ନିଅ

ପାପଡ଼ାହାଣ୍ଡି(ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି । ହିତାଧିକାରୀଙ୍କୁ ଲାଞ୍ଚ ମାଗୁଛନ୍ତି ସରକାରୀ କର୍ମଚାରୀ । ଆଉ ଲାଞ୍ଚ ଦେଇନପାରିବାରୁ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଦେଉଛନ୍ତି ତଦନ୍ତ ଅଧିକାରୀ । ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗାଁରେ ଯୋଗ୍ୟ ହିତାଧିକାରୀ ଭାବେ ୧୩୧ଜଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ ଥିଲା । କିନ୍ତୁ ଏହାମଧ୍ୟରୁ ୧୯ଜଣଙ୍କ ନାମ କଟାଯାଇଛି ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ସରକାରି କର୍ମଚାରୀ ବା ତଦନ୍ତ ଅଧିକାରୀ ମୈଦଲପୁର ପିଇଓ ପୂର୍ଣ୍ଣ ଚନ୍ଦ୍ର ସାହୁ ଜିଆରଏସ ହରିହର ଜାନୀ ତାଲିକାରୁ ନାମ ହୋଟେଇ ଦେଇଛନ୍ତି ଓ କହିଛନ୍ତି ଯେ ଜଣକୁ ,୩୦୦୦ ହଜାର ଟଙ୍କା ସହ କୁକୁଡ଼ା ମାଗି ଥିଲେ ।

ଏହାଛଡ଼ା ପେଟ୍ରୋଲ ଖର୍ଚ୍ଚ ମଧ୍ୟ ମାଗିଥିଲେ । ତେବେ ଟଙ୍କା ଦେଇନପାରିବାରୁ ୧୯ଜଣଙ୍କ ନାଁ ହଟାଇ ଦିଆଯାଇଛି । ଏନେଇ ୧୯ଜଣ ଅଭିଯୋଗକାରୀ ପାପଡ଼ାହାଣ୍ଡି ବ୍ଲକ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଗରିବ ଲୋକଙ୍କ ଠାରୁ ସିଧାସଳଖ ଲାଞ୍ଚ ମାଗୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ