Masthead

ପୋତି ହେବାକୁ ବସିଲାଣି କେନାଲ, ଜମିକୁ ପାଣି ପହଞ୍ଚୁ ନଥିବା ଅଭିଯୋଗ କରୁଛନ୍ତି ଚାଷୀ

ନର୍ଲା (ବଡ଼ ଖବର ବ୍ୟୁରୋ): କିଛି ଦିନ ହେଲା ସାରା ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ବାରା କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁ ନାହିଁ। ପୁଷ୍ପ ବୃଷ୍ଟି ପରି ବର୍ଷା ହେବା ଦ୍ବାରା ଜମିର ମାଟି ଓଦା ହୋଇଥିଲେ ମଧ୍ୟ କୌଣସି ଜମିର ଖାଲଖମାରେ ପାଣି ମୁନ୍ଦାଏ ମଧ୍ୟ ନାହିଁ । ଫଳରେ ଚାଷୀ ତଳି ପକାଇ ଏକ ମାସ ବିତି ଯାଇଥିଲେ ମଧ୍ୟ ପାଣି ଅଭାବରୁ ତଳି ରୁଆ ଓ ବେଉଷଣ କାମ ଆଗେଇ ପାରୁ ନାହିଁ।

ଏପରି ସ୍ଥଳେ ନର୍ଲା ଅଞ୍ଚଳର ଚାଷୀ ଙ୍କ ପାଇଁ ବାଗପୁର୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଅମୃତ ସଦୃଶ ହୋଇ ଥାଏ । ଆଖପାଖ ଅଞ୍ଚଳର ୧୨ ଟି ପୋଖରୀରେ ଉକ୍ତ ପ୍ରକଳ୍ପର ପାଣି କେନାଲ ମାଧ୍ୟମରେ ଯାଇ ତତସଂଲଗ୍ନ ଚାଷ ଜମି ଗୁଡିକ ଜଳ ସେଚିତ ହୋଇଥାଏ। ହେଲେ ସରକାରୀ ଉଦାସୀନତା ଯୋଗୁଁ କେନାଲ ପୋତି ହେବାକୁ ବସିଲାଣି । କେଉଁଠି କେନାଲର ମୁଖ୍ୟ ଗେଟ୍ ଦୃର୍ବୁତ୍ତମାନେ ଚୋରୀ କରି ନେଇ ଯାଇଛନ୍ତି ତ ପୁଣି କେଉଁଠି କେନାଲ ଭିତର କଂକ୍ରିଟ ଫାଟି ପାଣି ନ ଯାଇ ପାଖ ଜମିକୁ ଲିକେଜ୍ ହୋଇ ପାଣି ନଷ୍ଟ ହେଉଛି ।

ଫଳରେ ଶେଷ ମୁଣ୍ଡରେ ଥିବା ଚାଷୀ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ପାଣି ନଷ୍ଟ ନ ହୋଇ ତଳ ମୁଣ୍ଡର ଚାଷ ଜମିକୁ ପାଣିର ସୁବିଧା ପାଇଁ ଦୁଇ ବର୍ଷ ତଳେ ପାଣି ପଞ୍ଚାୟତ ଗଠନ କରି ମୁଖ୍ୟ କେନାଲରୁ ଶାଖା କେନାଲ ମାନ ନିର୍ମାଣ କରାଯାଇ ଥିଲା । ହେଲେ ସେହି କେନାଲ ନିର୍ମାଣ କାମ ମଧ୍ୟ ନିମ୍ନମାନର ହୋଇଥିବାରୁ କେନାଲ ସବୁ ନଷ୍ଟ ହେବାକୁ ବସିଲାଣି। ଅନେକ ସ୍ଥାନରେ କେନାଲ ପୋତି ହେବା ଫଳରେ ତଳ ମୁଣ୍ଡର ଚାଷୀ ପାଣି ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ କେନାଲ ମରାମତି କରିବାକୁ ନର୍ଲା ଅଞ୍ଚଳର ଚାଷୀ ଦାବି କରି ଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼