Masthead

ଟଙ୍କା ଦିଅ ଆବାସ ଗୃହ ନିଅ, ଚାନ୍ଦବାଲିର ବିଭିନ୍ନ ପଂଚାୟତରେ ଚାଲିଛି ଆବାସ ଦୁର୍ନୀତି

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଟଙ୍କାଦିଅ ଆବାସ ଗୃହନିଅ ଏମିତି ନାରା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକରେ। ଅଭିଯୋଗ କଲେ ହିତାଧିକାରୀ ମାନଙ୍କ ଆବାସ ଗୃହ କାଟିଦେବାକୁ ଧମକ ଦିଆ ଯାଉଛି। ଏତିକି ଘଟଣା ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଆବାସ ଦୃନୀତି ବଢ଼ିବାରେ ଲାଗିଛି।ଥିଲା ବାଲାକୁ ଘର ନଥିଲା ବାଲାକୁ ଏଠି ପରକରି ଦିଆ ଯାଉଛି।ଦିନ ଦିପ୍ରହରେ ଯୋଗ୍ୟ ହିତାଧିକାରୀ ମାନଙ୍କ ଆଖିରେ ଆଙ୍ଗୁଠି ଗେଞି କୁଜିନେତା ପାଖରୁ ଆରମ୍ଭ କରି ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାରୀ ମାନେ ଅଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇ ଆବାସ ଘର ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶରପୁର ପଞ୍ଚାୟତ ଚଡ଼କମରା ଗ୍ରାମରେ ।

ଏହି ଗ୍ରାମରେ କିଛି ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରୁ ଜି ଆର ଏସ୍ ବାବୁ ମହାନ୍ତି ଟଙ୍କାନେଇ ଘର ଦେଉନଥିବା ବେଳେ ଆଉ କା ପାଖରୁ ୱାର୍କ ଅର୍ଡର ଦେବାକୁ କହି ଟଙ୍କା ଆଦାୟ କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।ହିତାଧିକାରି ମାନେ ତାଙ୍କ ପାଖରେ ଅଭିଯୋଗ କଲେ ଉକ୍ତ ଜି ଆର ଏସ ବାବୁ ମହାନ୍ତି ଆବାସ ତାଲିକାରୁ ନାମକୁ କାଟିଦେବାକୁ ଧମକ ଦେଉଛନ୍ତି।

ଗତ ୧୯ତାରିଖ ଦିନ ଉକ୍ତ ଜି ଆର୍ ଏସ୍ ଚଡ଼କମରା ଗ୍ରାମକୁ ଆବାସ ଗୃହ ଫୋଟ ଉଠାଇ ବିଲ କରିବା ପାଇଁ ଯାଇଥିବା ସମୟରେ କିଛି ହିତାଧିକାରୀ ଏବଂ ଜି ଆର୍ ଏସ ମଧ୍ୟରେ ଅଶ୍ଳୀଳ ଭାଶାରେ ଗାଳିଗୁଲଜ ଦେଖିବାକୁ ମିଳିଥିଲା ଏ ନେଇ ବାଂଶଡା ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।ହିତାଧିକାରୀ ମାନଙ୍କ କହିବା କଥା ଚାନ୍ଦବାଲି ବିଡ଼ିଓ ଏହି ଘଟଣାର ତଦନ୍ତ କରି ଉକ୍ତ ଜି ଆର ଏସ୍ ଉପରେ କାର୍ୟ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା