Masthead

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ରିଲାଏନ୍ସ ଜିଓ ୨୦୨୧ରେ ୫-ଜି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି  ଆଇଏମସି ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏକ ବଡ ଉଦଘାଟନ କରିଛି । ପ୍ରଥମ ଦିନରେ ଦେଶର ବୃହତ୍ତମ ମୋବାଇଲ କମ୍ପାନୀ ରିଲଏନ୍ସ ଜିଓର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଜିଓ ଭାରତରେ ୫ଜି ନେଟୱାର୍କର ନେତୃତ୍ୱ ନେବ । ୨୦୨୧ର ମଧ୍ୟ ଭାଗରେ ଏହାକୁ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ଜିଓ ସୁଲଭ ମୂଲ୍ୟରେ ଭାରତରେ ୫ଜି ଲଞ୍ଚ କରିବ । ଭାରତୀୟ ଡିଜିଟାଲ ଦୁନିଆରେ ୩୦ କୋଟି ଲୋକ ୨ଜି ଟେକ୍ନୋଲୋଜିରେ ଅଟକି ରହିଛନ୍ତି । ମୁକେଶ ଅମ୍ବାନୀ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ୩୦ କୋଟି ଲୋକ ଭାରତର ଟିଜିଟାଲ ଅର୍ଥନୀତିରେ ଯୋଗଦାନ କରି ଉପକୃତ ହୋଇପାରିବେ ।

୩୦ କୋଟି ଭାରତୀୟଙ୍କୁ ୨ଜି ରୁ ମୁକ୍ତ କରି ସ୍ମାର୍ଟଫୋନକୁ ସ୍ଥାନାନ୍ତର କରିବା ପାଇଁ ସେ ଏକ ନୀତି ପ୍ରସ୍ତୁତି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ ରିଲାଏନ୍ସ ଜିଓର ୫ଜି ଟେକ୍ନୋଲୋଜିକୁ ସ୍ୱଦେଶୀ ବୋଲି କହିଥିଲେ । ଅମ୍ବାନୀ କହିଛନ୍ତି ଯେ ଜିଓର ସ୍ୱଦେଶୀ ୫ଜି ଟେକ୍ନୋଲୋଜି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ମିଶନର ସଫଳତାର ସାକ୍ଷୀ । ରାଜ୍ୟରେ ଯୁବପିଢିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବ୍ୟବସ୍ଥା କରିବ ରିଲାଏନ୍ସ । ଓଡିଶାରେ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ କ୍ଷେତ୍ରରେ ବିପ୍ଲବ ଆଣିବାରେ ରିଲାଏନ୍ସ ଜିଓ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅମ୍ବାନୀ କହିଛନ୍ତି । ଓଡିଶାର ୪୩ହଜାର ଗାଁ ରେ ଜିଓ ଫୋନ ଓ ନେଟୱକ ଉପଲବ୍ଧ । ଜିଓ ଫାଇଭର ଫିକ୍ସ ବ୍ରଡବ୍ୟାଣ୍ଡ ଜରିଆରେ ଇଣ୍ଟରନେଟ ସହ ସମସ୍ତଙ୍କୁ ଯୋଡିବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ଇଜ୍ ଅଫ୍ ଡୁଇଙ୍ଗ ଜରିଆରେ କୁଟୀର ଓ କ୍ଷୁଦ୍ର ଶିଳ୍ପକୁ ପ୍ରେତ୍ସାହନ ଯୋଗାଇବ ରିଲାଏନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ