ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ରିଲାଏନ୍ସ ଜିଓ ୨୦୨୧ରେ ୫-ଜି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି  ଆଇଏମସି ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏକ ବଡ ଉଦଘାଟନ କରିଛି । ପ୍ରଥମ ଦିନରେ ଦେଶର ବୃହତ୍ତମ ମୋବାଇଲ କମ୍ପାନୀ ରିଲଏନ୍ସ ଜିଓର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଜିଓ ଭାରତରେ ୫ଜି ନେଟୱାର୍କର ନେତୃତ୍ୱ ନେବ । ୨୦୨୧ର ମଧ୍ୟ ଭାଗରେ ଏହାକୁ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ଜିଓ ସୁଲଭ ମୂଲ୍ୟରେ ଭାରତରେ ୫ଜି ଲଞ୍ଚ କରିବ । ଭାରତୀୟ ଡିଜିଟାଲ ଦୁନିଆରେ ୩୦ କୋଟି ଲୋକ ୨ଜି ଟେକ୍ନୋଲୋଜିରେ ଅଟକି ରହିଛନ୍ତି । ମୁକେଶ ଅମ୍ବାନୀ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ୩୦ କୋଟି ଲୋକ ଭାରତର ଟିଜିଟାଲ ଅର୍ଥନୀତିରେ ଯୋଗଦାନ କରି ଉପକୃତ ହୋଇପାରିବେ ।

୩୦ କୋଟି ଭାରତୀୟଙ୍କୁ ୨ଜି ରୁ ମୁକ୍ତ କରି ସ୍ମାର୍ଟଫୋନକୁ ସ୍ଥାନାନ୍ତର କରିବା ପାଇଁ ସେ ଏକ ନୀତି ପ୍ରସ୍ତୁତି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ ରିଲାଏନ୍ସ ଜିଓର ୫ଜି ଟେକ୍ନୋଲୋଜିକୁ ସ୍ୱଦେଶୀ ବୋଲି କହିଥିଲେ । ଅମ୍ବାନୀ କହିଛନ୍ତି ଯେ ଜିଓର ସ୍ୱଦେଶୀ ୫ଜି ଟେକ୍ନୋଲୋଜି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ମିଶନର ସଫଳତାର ସାକ୍ଷୀ । ରାଜ୍ୟରେ ଯୁବପିଢିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବ୍ୟବସ୍ଥା କରିବ ରିଲାଏନ୍ସ । ଓଡିଶାରେ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ କ୍ଷେତ୍ରରେ ବିପ୍ଲବ ଆଣିବାରେ ରିଲାଏନ୍ସ ଜିଓ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅମ୍ବାନୀ କହିଛନ୍ତି । ଓଡିଶାର ୪୩ହଜାର ଗାଁ ରେ ଜିଓ ଫୋନ ଓ ନେଟୱକ ଉପଲବ୍ଧ । ଜିଓ ଫାଇଭର ଫିକ୍ସ ବ୍ରଡବ୍ୟାଣ୍ଡ ଜରିଆରେ ଇଣ୍ଟରନେଟ ସହ ସମସ୍ତଙ୍କୁ ଯୋଡିବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ଇଜ୍ ଅଫ୍ ଡୁଇଙ୍ଗ ଜରିଆରେ କୁଟୀର ଓ କ୍ଷୁଦ୍ର ଶିଳ୍ପକୁ ପ୍ରେତ୍ସାହନ ଯୋଗାଇବ ରିଲାଏନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’