Masthead

ଆମ ସ୍କୁଲ ଆମକୁ ଫେରେଇ ଦିଅ

ବେଗୁନିଆ (ବଡ଼ ଖବର ବ୍ୟୁରୋ):ବିଦ୍ୟାଳୟ ମିଶ୍ରଣଙ୍କୁ ଗ୍ରାମବାସୀଙ୍କ ଵିରୋଧ । ବିପଦ ସଂକୁଳ ରାସ୍ତାରେ ପିଲାକୁ ଅନ୍ୟ ସ୍କୁଲକୁ ଛାଡିବେ ନାହିଁ ବୋଲି ଅଭିଭାବକଙ୍କ ଜିଦ । ଆମ ସ୍କୁଲ ଆମକୁ ଫେରେଇ ଦିଅ । ଆମେ ପାଠପଢ଼ା ଛାଡ଼ିଦେବୁ ପଛେ ଜଙ୍ଗଲ ଦେଇ ଅନ୍ୟ ଗାଁ ସ୍କୁଲକୁ ପଢିବାକୁ ଯିବୁନାହିଁ । ଏମିତି ଜିଦଧରି ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଲାପଟଣା ଗ୍ରାମର କୁନିକୁନି ଛାତ୍ରଛାତ୍ରୀ।୧୯୫୪ ମସିହାରେ ନିର୍ମିତ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

୪୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢ଼ୁଥିବା ବେଳେ କମ ଉପସ୍ଥାପନ ଦେଖାଇ ଏହାକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଇଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏହି ସ୍କୁଲରେ ୪୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ସରକାର ସବୁ ଜାଣିମଧ୍ୟ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଗ୍ରାମର ସ୍କୁଲକୁ ଯିବାକୁ ହେଲେ ଗୋଲାପାଟଣା ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ରାସ୍ତାଦେଇ ଯିବାକୁ ପଡ଼ିବ।

ଆଉ ଛୋଟ ଛୋଟ ପିଲାଙ୍କୁ ଏମିତି ବିପଦ ସଂକୁଳ ରାସ୍ତାରେ କିପରି ଛାଡିବେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଜିଦ ଜଙ୍ଗଲ ଦେଇ ଅନ୍ୟ ସ୍କୁଲକୁ ଯିବେନାହିଁ। ତେବେ ବେଗୁନିଆ ବ୍ଲକ ଶିକ୍ଷା ଅଧିକାରୀ କିଛି କହିପାରିବେନି ବୋଲି କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ବେଳେବେଳେ ସାଧାରଣ ଲୋକଙ୍କୁ ଅବସୁବିଧାରେ ପକାଇଥାଏ । ଯେମିତି ଗୋଲାପାଟଣା ଗାଁ ଲୋକେ ତାତିଛନ୍ତି । ବାସ୍ତବ ସମସ୍ୟା ଅନୁଧ୍ରାନ କରି ସମାଧାନ କରିବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା