Masthead

ରେଳଯାତ୍ରା ପାଇଁ ଦେବାକୁ ପଡୁଛି ୨୦ ଗୁଣା ଭଡ଼ା, ଜାଣନ୍ତୁ କେଉଁଠି…

ବିଳାଶପୁର(ବଡ଼ ଖବର ବ୍ୟୁରୋ) :   ଧିରେ ଧିରେ ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ଏବେ ଖୋଲିବାରେ ଲାଗିଛି । ଦୋକାନ ବଜାର ଠୁ ଆରମ୍ଭ କରି କାରଖାନା ସମେତ ସବୁ କିଛି ଖୋଲୁଛି । ଏହାରି ଭିତରେ ଏବେ ଟ୍ରେନକୁ ନେଇ ସମସ୍ୟା ଦେଖାଦେଇଛି । କରୋନା ପାଇଁ ଅନେକ ସ୍ଥାନରେ ଲକଡାଉନ ଥିବାରୁ ଟ୍ରେନ ଚଳାଚଳ ବନ୍ଦ ପଡିଛି । ଏ ନେଇ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ SECR ର ୧୦୯ଟି ଟ୍ରେନ ବନ୍ଦ ହୋଇ ରହିଛି । ଏଥିରେ ୧୦୧ ଯାତ୍ରୀ ଟ୍ରେନ ଏବଂ ୮ଟି ଲୋକାଲ ଟ୍ରେନ ଏକ୍ସପ୍ରେସ ଅର୍ନ୍ତଭୂକ୍ତ ରହିଛି ।

ସରକାର ସବୁଠି ଟ୍ରେନ ଚଳାଚଳକୁ ଅନୁମତି ଦେଇଥିବା ବେଳେ ଏଠାରେ ୧୦୯ଟି ଟ୍ରେନ ବନ୍ଦ ପଡିଛି । ତେବେ ଟ୍ରେନର ଚଳାଚଳ ବନ୍ଦ ପଡିଥିବାରୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରେନରେ ପ୍ରତିଦିନ ଯାତାୟତ କରୁଥିବା ଲୋକଙ୍କ ମଧ୍ୟରେ ପ୍ରଫେସନାଲ ଓ ବ୍ୟବସାୟ କରୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି । ଦେଖିବାକୁ ଗଲେ ବର୍ତ୍ତମାନ ସେମାନେ ୨୦ ଗୁଣା ଅଧିକ ଭଡା ଦେଇ ଯାତାୟତ କରୁଛନ୍ତି ।

ପ୍ରତିଦିନ ଯିବା ଆସିବା କରୁଥିବା ଲୋକାଲ ଟ୍ରେନ ବାତିଲ ହୋଇଥିବାରୁ ସେମାନେ ୨୦ ଗୁଣା ଅଧିକ ଭଡା ଦେବାକୁ ବାଧ୍ୟ ହେଉଛନ୍ତି । କୋରନା ମହାମାରୀ ପାଇଁ କେନ୍ଦ୍ର ସରକାର ୨୨ ମାର୍ଚ୍ଚ ୨୦୨୦ରେ ପୁରା ଦେଶରେ ଟ୍ରେନ ଚଳାଚଳ ବନ୍ଦ କରିଦେଇଥିଲେ । ପରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମେ ୧ରୁ ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଥିଲା । ପରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଏହା ପରେ ପୁଣି କରୋନାର ଦ୍ୱିତୀୟ ଲହର ଆସି ଚାଲିଗଲାଣି । ଏହାରି ଭିତରେ ସରକାର ଅଫିସ, କାରଖାନା, ଦୋକାନ ବଜାର ସବୁକିଛି ଖୋଲିଲେଣି । ଲୋକମାନେ ମଧ୍ୟ କୋଭିଡ ଗାଇଡଲାଇନ ମାନି ଯାତାୟତ କରୁଛନ୍ତି । ହେଲେ ସରକାର ଏ ଯାଏ SECR ୧୦୯ ଟ୍ରେନ ଚଳାଚଳ ବାତିଲ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା