Before Header

ରେଳଯାତ୍ରା ପାଇଁ ଦେବାକୁ ପଡୁଛି ୨୦ ଗୁଣା ଭଡ଼ା, ଜାଣନ୍ତୁ କେଉଁଠି…

0 10

ବିଳାଶପୁର(ବଡ଼ ଖବର ବ୍ୟୁରୋ) :   ଧିରେ ଧିରେ ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ଏବେ ଖୋଲିବାରେ ଲାଗିଛି । ଦୋକାନ ବଜାର ଠୁ ଆରମ୍ଭ କରି କାରଖାନା ସମେତ ସବୁ କିଛି ଖୋଲୁଛି । ଏହାରି ଭିତରେ ଏବେ ଟ୍ରେନକୁ ନେଇ ସମସ୍ୟା ଦେଖାଦେଇଛି । କରୋନା ପାଇଁ ଅନେକ ସ୍ଥାନରେ ଲକଡାଉନ ଥିବାରୁ ଟ୍ରେନ ଚଳାଚଳ ବନ୍ଦ ପଡିଛି । ଏ ନେଇ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ SECR ର ୧୦୯ଟି ଟ୍ରେନ ବନ୍ଦ ହୋଇ ରହିଛି । ଏଥିରେ ୧୦୧ ଯାତ୍ରୀ ଟ୍ରେନ ଏବଂ ୮ଟି ଲୋକାଲ ଟ୍ରେନ ଏକ୍ସପ୍ରେସ ଅର୍ନ୍ତଭୂକ୍ତ ରହିଛି ।

ସରକାର ସବୁଠି ଟ୍ରେନ ଚଳାଚଳକୁ ଅନୁମତି ଦେଇଥିବା ବେଳେ ଏଠାରେ ୧୦୯ଟି ଟ୍ରେନ ବନ୍ଦ ପଡିଛି । ତେବେ ଟ୍ରେନର ଚଳାଚଳ ବନ୍ଦ ପଡିଥିବାରୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରେନରେ ପ୍ରତିଦିନ ଯାତାୟତ କରୁଥିବା ଲୋକଙ୍କ ମଧ୍ୟରେ ପ୍ରଫେସନାଲ ଓ ବ୍ୟବସାୟ କରୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି । ଦେଖିବାକୁ ଗଲେ ବର୍ତ୍ତମାନ ସେମାନେ ୨୦ ଗୁଣା ଅଧିକ ଭଡା ଦେଇ ଯାତାୟତ କରୁଛନ୍ତି ।

ପ୍ରତିଦିନ ଯିବା ଆସିବା କରୁଥିବା ଲୋକାଲ ଟ୍ରେନ ବାତିଲ ହୋଇଥିବାରୁ ସେମାନେ ୨୦ ଗୁଣା ଅଧିକ ଭଡା ଦେବାକୁ ବାଧ୍ୟ ହେଉଛନ୍ତି । କୋରନା ମହାମାରୀ ପାଇଁ କେନ୍ଦ୍ର ସରକାର ୨୨ ମାର୍ଚ୍ଚ ୨୦୨୦ରେ ପୁରା ଦେଶରେ ଟ୍ରେନ ଚଳାଚଳ ବନ୍ଦ କରିଦେଇଥିଲେ । ପରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମେ ୧ରୁ ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଥିଲା । ପରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଏହା ପରେ ପୁଣି କରୋନାର ଦ୍ୱିତୀୟ ଲହର ଆସି ଚାଲିଗଲାଣି । ଏହାରି ଭିତରେ ସରକାର ଅଫିସ, କାରଖାନା, ଦୋକାନ ବଜାର ସବୁକିଛି ଖୋଲିଲେଣି । ଲୋକମାନେ ମଧ୍ୟ କୋଭିଡ ଗାଇଡଲାଇନ ମାନି ଯାତାୟତ କରୁଛନ୍ତି । ହେଲେ ସରକାର ଏ ଯାଏ SECR ୧୦୯ ଟ୍ରେନ ଚଳାଚଳ ବାତିଲ କରିଛନ୍ତି ।

Leave A Reply

Your email address will not be published.