କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ, ଆଜି ଦେଶବ୍ୟାପୀ କଳାଦିବସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୃଷକଙ୍କ ଉପରକୁ ରବର ଗୁଳିମାଡ଼କୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ୟୁନିୟନଗୁଡିକର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେଶନ ସମୂହ ଓଡିଶା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଗୁଳିରେ ପଞ୍ଜାବର ଭଟିଣ୍ଡା ଜିଲା ବାଲନ୍‌ ଗ୍ରାମର ଯୁବଚାଷୀ ଶୁଭ କରଣ ସିଂଙ୍କ ମୃତ୍ୟୁ ଘଟିଛି। ସେହିପରି ୬ଜଣ ଗୁରୁତର ଏବଂ ଅନେକ ଆହତ ହୋଇଛନ୍ତି।

ଏହାର ପ୍ରତିବାଦରେ ଶୁକ୍ରବାର ୨୩ ତାରିଖକୁ ‘କଳାଦିବସ’ ଭାବେ ପାଳନ କରାଯିବା ନେଇ ସୂଚନା ଦିଆଯାଇଛି। ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସବୁଠି ‘କଳାଦିବସ’ ପାଳନ କରାଯିବ। କଳାପଟି ପରିଧାନ, ବିକ୍ଷୋଭ, ପଟୁଆର ସହ ସଭା ଆଦି ମାଧ୍ୟମରେ କୃଷକଙ୍କୁ ଗୁଳିମାଡ଼ ଘଟଣାର ତୀବ୍ର ପ୍ରତିବାଦ କରିବାକୁ ଆହ୍ବାନ ଦିଆଯାଇଛି।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହେବ। ସେହିପରି ଗୁଳିକାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିବା ପୋଲିସ ମୁଖ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକ, କୃଷକ ଏବଂ କର୍ମଚାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’