Masthead

ମିଳିଲା ମୋଗଲ ସାମ୍ରାଜ୍ୟ ସମୟର ସ୍ୱର୍ଣ୍ଣମୁଦ୍ରା

ମୁମ୍ବାଇ (ବଡ଼ ଖବର): ମୋଗଲ ସାମ୍ରାଜ୍ୟ ସମୟର ସ୍ୱର୍ଣ୍ଣମୁଦ୍ରା ଜବତ । ୧୮୦୦ ଖ୍ରୀଷ୍ଟାବ୍ଦର ୨ ଶହ ସ୍ୱର୍ଣ୍ଣମୁଦ୍ରା ଜବତ କରିଛି ମହାରାଷ୍ଟ୍ର ପୋଲିସ ।ଏକ ପରିବାରରୁ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ଜବତ ହୋଇଛି । ପୁନେ ନିକଟସ୍ଥ ପିମ୍ପାରୀ ଛିଂଚୱାର୍ଡରେ ସଦ୍ଦାମ ସାଲର ପଠାନ ଘର ତିଆରି କରିବା ପାଇଁ ନିଅଁ ଖୋଳୁଥିଲେ । ସେ ଏକ ରୂପା କଂଟେନର ପାଇଥିଲେ । ସେଥି ମଧ୍ୟରେ ଥିଲା ୨୧୬ଟି ସ୍ୱର୍ଣର୍ମୁଦ୍ରା । ଯାହାର ଓଜନ ୨ କେଜି ୩୫୭ ଗ୍ରାମ ।

ଏହି ସ୍ୱର୍ଣ୍ଣମୁଦ୍ରା ୧୭୨୦ ରୁ ୧୭୪୮ ପର୍ଯ୍ୟନ୍ତ ମୋଗଲ ସମ୍ରାଟ ମହମ୍ମଦ ଶାହ ରଙ୍ଗିଲାଙ୍କ ସମୟରେ ପ୍ରଚଳନ କରାଯାଇଥିଲା । ପିମିରି, ଛିଂଚୱାର୍ଡ ପୋଲିସ କମିଶନର କ୍ରିଷ୍ଣା ପ୍ରକାଶ କହିଛନ୍ତି କ୍ରାଇମବ୍ରାଞ୍ଜ ଇନସ୍ପେକ୍ଟର ଶୈଳେଶ ଗାଇକୱାର୍ଡ଼ ସଦଳବଳ ଚଢାଉ କରି ଏହି ସ୍ୱର୍ଣ୍ଣମୁଦ୍ରା ଜବତ କରିଛନ୍ତି । ସଦ୍ଦାମଙ୍କ ଶ୍ୱଶୁରଓ ସଳା ନିଅଁ ଖୋଳୁଥିବାବେଳେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ରୂପା ବାକ୍ସ ପାଇଥିଲେ ।

ପରେ ସେବାନେ ଘଟଣାସ୍ଥଳରୁ ସ୍ୱର୍ଣ୍ଣ ମୁଦ୍ରା ଭର୍ତ୍ତି ରୂପା ବାକ୍ସ ଧରି ପଳାଇ ଆସିଥିଲେ । ଆଇନ ଅନୁସାରେ ପୋଲିସ ଓ ଭୁତତ୍ତ୍ୱ ବିଭାଗ ସଦାମ ଓ ତାଙ୍କ ସମ୍ପକୀୟଙ୍କ ନାମରେ ଏକ ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା