Masthead

ମିଳିଲା ମୋଗଲ ସାମ୍ରାଜ୍ୟ ସମୟର ସ୍ୱର୍ଣ୍ଣମୁଦ୍ରା

ମୁମ୍ବାଇ (ବଡ଼ ଖବର): ମୋଗଲ ସାମ୍ରାଜ୍ୟ ସମୟର ସ୍ୱର୍ଣ୍ଣମୁଦ୍ରା ଜବତ । ୧୮୦୦ ଖ୍ରୀଷ୍ଟାବ୍ଦର ୨ ଶହ ସ୍ୱର୍ଣ୍ଣମୁଦ୍ରା ଜବତ କରିଛି ମହାରାଷ୍ଟ୍ର ପୋଲିସ ।ଏକ ପରିବାରରୁ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ଜବତ ହୋଇଛି । ପୁନେ ନିକଟସ୍ଥ ପିମ୍ପାରୀ ଛିଂଚୱାର୍ଡରେ ସଦ୍ଦାମ ସାଲର ପଠାନ ଘର ତିଆରି କରିବା ପାଇଁ ନିଅଁ ଖୋଳୁଥିଲେ । ସେ ଏକ ରୂପା କଂଟେନର ପାଇଥିଲେ । ସେଥି ମଧ୍ୟରେ ଥିଲା ୨୧୬ଟି ସ୍ୱର୍ଣର୍ମୁଦ୍ରା । ଯାହାର ଓଜନ ୨ କେଜି ୩୫୭ ଗ୍ରାମ ।

ଏହି ସ୍ୱର୍ଣ୍ଣମୁଦ୍ରା ୧୭୨୦ ରୁ ୧୭୪୮ ପର୍ଯ୍ୟନ୍ତ ମୋଗଲ ସମ୍ରାଟ ମହମ୍ମଦ ଶାହ ରଙ୍ଗିଲାଙ୍କ ସମୟରେ ପ୍ରଚଳନ କରାଯାଇଥିଲା । ପିମିରି, ଛିଂଚୱାର୍ଡ ପୋଲିସ କମିଶନର କ୍ରିଷ୍ଣା ପ୍ରକାଶ କହିଛନ୍ତି କ୍ରାଇମବ୍ରାଞ୍ଜ ଇନସ୍ପେକ୍ଟର ଶୈଳେଶ ଗାଇକୱାର୍ଡ଼ ସଦଳବଳ ଚଢାଉ କରି ଏହି ସ୍ୱର୍ଣ୍ଣମୁଦ୍ରା ଜବତ କରିଛନ୍ତି । ସଦ୍ଦାମଙ୍କ ଶ୍ୱଶୁରଓ ସଳା ନିଅଁ ଖୋଳୁଥିବାବେଳେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ରୂପା ବାକ୍ସ ପାଇଥିଲେ ।

ପରେ ସେବାନେ ଘଟଣାସ୍ଥଳରୁ ସ୍ୱର୍ଣ୍ଣ ମୁଦ୍ରା ଭର୍ତ୍ତି ରୂପା ବାକ୍ସ ଧରି ପଳାଇ ଆସିଥିଲେ । ଆଇନ ଅନୁସାରେ ପୋଲିସ ଓ ଭୁତତ୍ତ୍ୱ ବିଭାଗ ସଦାମ ଓ ତାଙ୍କ ସମ୍ପକୀୟଙ୍କ ନାମରେ ଏକ ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ