Masthead

ହାଇସ୍କୁଲ ନାହିଁ ତ ଭୋଟ ନାହିଁ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳି ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବେ ବୋଲି ପଞ୍ଚାୟତ ବାସୀ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।୧୯୯୦ ମସିହାରେ ଚାନ୍ଦୋତରା ଗ୍ରାମରେ ଉଚ୍ଚ ବିଦ୍ୟାଲୟ ସ୍ଥାପିତ ହୋଇଥିଲା ।୨୦୧୯ ମସିହାରେ କୌଣସି କାରଣରୁ ବିଦ୍ୟାଳୟ ବନ୍ଦ ହୋଇଯିବା ଯୋଗୁଁ ଗ୍ରାମର ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି ।ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରେ ବିଦ୍ୟାଳୟ ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି ।

ଏପରିକି ଚାନ୍ଦୋତରା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ଗତ ୬/୭ ବର୍ଷ ପୂର୍ବରୁ ନିର୍ମାଣ ହୋଇ ପଡିରହିଛି ।ବିଦ୍ୟାଳୟକୁ ବନ୍ଦ କରାଯାଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ବାରମ୍ବାର ଦାବି ପରେ ମଧ୍ୟ ପୂରଣ ହେଉ ନାହିଁ ।ଉଚ୍ଚ ବିଦ୍ୟାଲୟ ଖୋଲିବା ଦାବିରେ ପୂର୍ବରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।ତଥାପି ବିଭାଗୀୟ ଅଧିକାରୀ ଶୁଣୁ ନଥିବାରୁ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।ସୋମବାର ଦିନ ଚାନ୍ଦୋତରା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା

। ହାଇସ୍କୁଲ ନ ହେଲେ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଛା,ସମିତି ସଭ୍ୟା କୁନ୍ତି ସାହୁ, ଘାସିରାମ ସାହୁ, ପ୍ରମୋଦ କୁମାର ନାଏକ, ଦେବ କୁମାର ବଛା, ଜଲେଞ୍ଜୟ ରଣା, ଭୋଲା ବେହେରା, ଉବେରାମ ଦୀପ, ନେତ୍ର ବେହେରାଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ