Masthead

ବ୍ରିଜ ପାଇଁ ଜଳ ସତ୍ୟାଗ୍ରହ

ସଇଁତଲା (ବଡ଼ ଖବର ବ୍ୟୁରୋ): ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ। ପାଣିରେ ବସିଲେ ଗ୍ରାମବାସୀ । ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଓ ଧରବଗଡ଼ ପଞ୍ଚାୟତ ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିନେଇ କରମତଲା ଓ ଧରବଗଡ଼ ପଞ୍ଚାୟତର ଲୋକେ ଜଳ ସତ୍ୟାଗ୍ରହ ଆରମ୍ଭ କରିଦେଇଛନ୍ତି। ପ୍ରାୟ ୭ଟି ଗ୍ରାମର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି। କରମତଲା ଓ ଧରବଗଡ଼କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କରମତଲା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳ ବାସୀଙ୍କୁ ଯୋଗାଯୋଗ ବିଛିନ୍ନ କରିଦେଛି।

କରମତଲା ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ଟିଟିଲାଗଡ ଡାକ୍ତରଖାନା ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ନିର୍ଭର କରିଥାନ୍ତି। ସେହିଭଳି କରମତଲା ଅଞ୍ଚଳର ଜନସାଧାରଣ ଅନେକ ସରକାରୀ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟପାଇଁ ଟିଟିଲାଗଡ ଉପରେ ନିର୍ଭର କରିଥାନ୍ତି କିନ୍ତୁ କରମତଲା ଓ ମଧ୍ୟରେ ଲାନ୍ଥ ନଦୀ ପ୍ରଭାବିତ ହେଉଥିବାରୁ ଯାତାୟତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ବିଶେଷ କରି ବର୍ଷାଦିନେ ୧୦ କିଲୋମିଟର ଅଯଥାରେ ସଇଁତଲା ଦେଇ ବୁଲିବାକୁ ପଡେ। ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଅନେକ ନେତା ମନ୍ତ୍ରୀଙ୍କୁ ଅଞ୍ଚଳ ଲୋକେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜଳ ସତ୍ୟାଗ୍ରହ କରିବାପାଇଁ ନିଷ୍ପତି ନେଛନ୍ତି ଅଞ୍ଚଳ ବାସୀ । ଯେପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା