Masthead

ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଲ୍ଫ ଓଡ଼ିଆ ଆସୋସିଏସନ (ଗଓଆ) ର ନବମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ବସବାସ କରୁଥିବା ଶତାଧିକ ଓଡ଼ିଆ ସେମାନଙ୍କର ପରିବାରବର୍ଗ ଓ ସମ୍ପର୍କୀୟମାନଙ୍କ ସହିତ ଆସି ଉତ୍ସବରେ ସାମିଲ ହୋଇଥିବା ଦେଖାଯାଇଥିଲା। ସମାରୋହ ଅବସରରେ ଗଲ୍ଫରେ ଅବସ୍ଥାପିତ ଏହି ପ୍ରବାସୀ ଓଡ଼ିଆ ମାନଙ୍କର ନିଜର ମାତୃଭୂମି ଓ ମାତୃଭାଷା ପ୍ରତି ଥିବା ପ୍ରଗାଢ ମମତା ଏବଂ ଅତୁଟ ଆତ୍ମୀୟତାର ଭବ୍ୟ ଏବଂ ଦିବ୍ୟ ନିଦର୍ଶନ ଘଟିଥିଲା। ନିଜର ମହାନ କଳା, ସଂସ୍କୃତି ,ଭାଷା, ସାହିତ୍ୟ ଏବଂ ପରମ୍ପରାକୁ ନେଇ ଗର୍ବିତ ହେବା ସାଙ୍ଗକୁ ପରସ୍ପର ମଧ୍ୟରେ ଥିବା ଭାତୃତ୍ବର ନିବିଡ ବନ୍ଧନକୁ ଏକଜୁଟ ହୋଇ ପ୍ରଦର୍ଶନ କରିବାର ଏହା ପ୍ରକୃଷ୍ଟ କ୍ଷେତ୍ର ଥିଲା।

ସମାବେଶକୁ ସମ୍ବୋଧନ କରି ‘ଗଓଆ’ ର ଅଧ୍ୟକ୍ଷ ଅଜୟ କୁମାର ଦାସ, ଗଲ୍ଫ ଓଡ଼ିଆ ଆସୋସିଏସନର ସର୍ବୋଚ୍ଚ ଲକ୍ଷ୍ୟ ‘ସେବା ହିଁ ସର୍ବୋପରି’ ବୋଲି ଦର୍ଶାଇଥିଲେ। ନିଜର ମାତୃପ୍ରଦେଶ ଓଡ଼ିଶାରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ୱଚ୍ଛତା ର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ‘ଗ ଓ ଆ’ ବଦ୍ଧପରିକର ବୋଲି ଶ୍ରୀ ଦାସ ସୂଚାଇଥିଲେ। ସଭାରେ ଭାଷଣ ଦେଇ ‘ଗ ଓ ଆ’ ର ବରିଷ୍ଠ ସଦସ୍ୟ ଯଥା:- ସଂଯୁକ୍ତା ପାଢ଼ୀ, ସୁସ୍ମିତା ପଟ୍ଟନାୟକ, କୁନ୍‌କୁନ୍ ଦାସ, ଉମାକାନ୍ତ ପାଢ଼ୀ, ଦୀନବନ୍ଧୁ ସାମଲ, ଅମରେଶ ପଣ୍ଡା, ସୁଧୀର ସେନାପତି, ଗୋବିନ୍ଦ ପଣ୍ଡା, ସରୋଜ ଦାସ, ସୁଜିତ ପଟ୍ଟନାୟକ ଏବଂ ଅଭିଜିତ ତ୍ରିପାଠୀ ପ୍ରମୁଖ ଓଡ଼ିଶା ସହିତ ଭାବର ଆଦାନପ୍ରଦାନ ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ଦିଗରେ ଭାଗୀଦାର ବନିବା ନେଇ ‘ଗ ଓ ଆ’ ର ସିଦ୍ଧାନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶରତ କୁମାର ପାତ୍ର ଓଡ଼ିଶା ହସ୍ତତନ୍ତ୍ରର ସ୍ୱତନ୍ତ୍ରତା ଓ ସୃଜନଶୀଳତା ସମ୍ପର୍କରେ ଉଲ୍ଲେଖ କରି ତାଙ୍କ ଦ୍ୱାରା ବୁଣାଯାଇଥିବା କିଛି ଅନନ୍ୟ କଳାକୃତି ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ‘ୱାର୍ଲ୍ଡ ଓଡ଼ିଶା ସୋସାଇଟି’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଗଲ୍ଫ ଦେଶମାନଙ୍କରେ ‘ଗଓଆ’ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଯେଉଁ ଅଭିଯାନ ଚଳାଇଆସିଛି, ତାହାର ଭୂୟସୀ ପ୍ରଶଂସା କରିଥିଲେ।

ସମାରୋହରେ ଉପସ୍ଥିତ ଥିବା ମାନ୍ୟଗନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଓଡ଼ିଶା ସରକାରଙ୍କ ପ୍ରତିନିଧି ପ୍ରୀତିଶ ପଣ୍ଡା ଓ ନୃସିଂହ ସାହୁ, ବିଶାଖାପାଟଣାସ୍ଥିତ ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜଗଦୀଶ କୁମାର ନାୟକ, ଜଗା-କାଳିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଉମାକାନ୍ତ ଜେନା, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଦୁଇ ସାଧାରଣ ସମ୍ପାଦକ ରାମକୃଷ୍ଣ ଦାଶ ଓ କାବେରୀ ବେହେରା, ଡବ୍ଲ୍ୟୁ.ଓ.ଏସ୍. ଓଡ଼ିଶା ଶାଖାର ଯୁଗ୍ମ ସାଧାରଣ ସମ୍ପାଦକ ରାଜକୁମାର ଜେନା, ଖୋର୍ଦ୍ଧା ୟୁନିଟ୍‌ର ସାଧାରଣ ସମ୍ପାଦକ ସୁଜାତା ଚୌଧୁରୀ ଏବଂ ସମାଜସେବୀ ଶାରଦା ମହାପାତ୍ର ପ୍ରମୁଖ ସାମିଲ ଥିଲେ। ନବମ ବାର୍ଷିକ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଥିଲା। ଶିଶୁ ପ୍ରତିଭା ଆଦ୍ୟାଶା ପାଣିଗ୍ରାହୀ ତାଙ୍କର ଅପୂର୍ବ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ମାତୃଶକ୍ତି ନୃତ୍ୟ ଏକାଡେମୀ ଏବଂ ବିଶ୍ୱରାଜ କୃଷ୍ଣ କଲ୍ଚରାଲ ଟିମ୍‌ର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ ଏବଂ ସଙ୍ଗୀତ ବେଶ୍ ଉଚ୍ଚକୋଟୀର ଥିଲା।ଏହି ଉତ୍ସବର ପ୍ରାୟୋଜକ ଆଇସିଆଇସିଆଇ ଏବଂ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ !