Masthead

କରୋନା ଔଷଧ ବଦଳରେ ଦେଇଦେଲେ ବିଷ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ) : ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନାରୁ ସୁରକ୍ଷା ରହିବା ପାଇଁ ଔଷଧ ନାଁ ରେ ବିଷ ବଟିକା ଦେଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ତାମିଲନାଡୁର ଇରୋଡେ ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି ଅଧିକ ଖୋଳତାଡ଼ କରୁଛି। ତଦନ୍ତରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ଆର କଲ୍ୟାଣସୁନ୍ଦରମ କିଛି ମାସ ତଳେ ୭୨ ବର୍ଷୀୟ କାରୁପାନ୍ନାକୋନ୍ଦରଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଧାରା ନେଇଥିଲେ। ତେବେ ଏହି ଅର୍ଥକୁ ଫେରସ୍ତ କରିବାକୁ କଲ୍ୟାଣସୁନ୍ଦମ ଅସମର୍ଥ ହୋଇଥିଲେ। ଫଳରେ କାରୁପାନ୍ନାକୋନ୍ଦର ତାଙ୍କୁ ବାରମ୍ବାର ଟଙ୍କା ମାଗିବା ସହ ଚାପ ସୃଷ୍ଟି କରିଥିଲେ।

ଏହାର ପ୍ରତିଶୋଧ ନେବାକୁ ସେ କାରୁପାନ୍ନାକୋନ୍ଦର ଓ ତାଙ୍କ ପରିବାର ଲୋକଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କଲ୍ୟାଣସୁନ୍ଦରମ ୨୫ ବର୍ଷୀୟ ସବାରିଙ୍କ ସହଯୋଗ ନେଇଥିଲେ। ସବାରି ନିଜକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇ କାରୁପାନ୍ନାକୋନ୍ଦରଙ୍କ ଘରେ ଥିବା ୪ ଜଣଙ୍କୁ କରୋନା ଔଷଧ ନାଁରେ ବିଷ ବଟିକା ପାସ୍‌ କରିଥିଲେ। ଜୁନ୍‌ ୨୬ରେ ଅକ୍ସିମିଟର, ତାପମାତ୍ରା ମାପିବା ଯନ୍ତ୍ର ଓ କିଛି ଔଷଧ ଧରି ସବାରି କାରୁପାନ୍ନାକୋନ୍ଦରଙ୍କ ଘରେ ପହଞ୍ଚିଥିଲେ।ଏହି ସମୟରେ ସେ ପୂରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ କିଛି ବଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନାଁରେ ଦେଇଥିଲେ।

ଏହି ବିଷ ବଟିକାକୁ କରୋନା ପ୍ରତିରୋଧକ ଔଷଧ ଭାବି କାରୁପାନ୍ନାକୋନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, ଝିଅ ଦୀପା ଓ ଘରୋଇ ସହାୟକ କୁପ୍ପାଲ ଖାଇ ଦେଇଥିଲେ। ତେବେ ଏହାକୁ ଖାଇବା କ୍ଷଣି ସମସ୍ତେ ଅଚେତ ହୋଇଯାଇଥିଲେ। ସମସ୍ତେ ଅଚେତ ହୋଇ ପଡ଼ି ରହିଥିବାରୁ ପଡ଼ୋଶୀମାନେ ତୁରନ୍ତ ସେମାନଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ହସ୍ପିଟାଲ ଯିବା ବାଟରେ ମଲ୍ଲିକାଙ୍କ ଦେହାନ୍ତ ହୋଇଥିବା ବେଳେ ଗୋଟିଏ ଦିନ ପରେ କୁପ୍ପାଲ ଓ ଦୀପାଙ୍କ ମୃତ୍ୟୁ ଘଟିଥିଲା। ଏବେ କାରୁପାନ୍ନାକୋନ୍ଦର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍ ବିଭିନ୍ନ ବିଷୟକୁ ଯାଞ୍ଚ କରି କଲ୍ୟାଣସୁନ୍ଦରମ ଓ ସବାରିଙ୍କୁ ରବିବାର ରାତିରେ ଗିରଫ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯାଇ ପୁଲିସ୍‌ ୧୫ ଦିନିଆ ରିମାଣ୍ଡରେ ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼