Masthead

ନିମୋନିଆ ରୋଗୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିମୋନିଆ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୨୦୧୮ରେ ମୋଟ ୧୭ ହଜାର ୯୩୪ ଜଣ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେହି ବର୍ଷ ନିମୋନିଆରେ ୨୭୯ଜଣଙ୍କ ମୃତ୍ୟୁ ହୋଇଥିଲା । ରାଜ୍ୟରେ ନିମୋନିଆଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ‘ସାଁସ୍’ (ନିମୋନିଆର
ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଅଭିଯାନ) କାର୍ୟ୍ୟକ୍ରମର ଶୁଭାରମ୍ଭ
କରାଯାଇଛି। ଏହି ଅବସରରେ ବ୍ୟାପକ ଜନ ସଚେତନତା ପାଇଁ ଅନେକ ସ୍ୱାସ୍ଥ୍ୟଶିକ୍ଷା
ଉପକରଣ(ଲିଫ୍ଲେଟ୍, ପୋଷ୍ଟର ଇତ୍ୟାଦି) ଉନ୍ମୋଚିତ ହୋଇଛି । ୧୨ ନଭେମ୍ବର ରୁ ୨୮ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମରେ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ନିମୋନିଆ ଲକ୍ଷଣ
ଚିହ୍ନଟ କରିବା ସହିତ ଚିକିତ୍ସା ପାଇଁ ପଦକ୍ଷେପ ନେବେ । ଏହି କାର୍ଯ୍ୟକ୍ରମରେ ନିମୋନିଆ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ। ଏହି କାର୍ୟ୍ୟକ୍ରଚୁ ଅତିରିକ୍ତ ଶାସନ ସଚିବ ଉଦଘାଟନ କରିଥିଲେ । ଅତିରିକ୍ତ ଶାସନ ସଚିବଙ୍କ ସହ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ, ୟୁନିସେଫର କର୍ମକର୍ତ୍ତା ତଥା ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନର ପଦାଧିକାରୀମାନେ ବ୍ୟକ୍ତିଗତ ଓ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ