Masthead

ସରକାରଙ୍କ ଷଡ଼ଯନ୍ତ୍ର ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ” ଖରସ୍ରୋତା ” ଏବେ ରାଜ୍ୟ ସରକାରଙ୍କ ବେକରେ କଣ୍ଟା। ଖରସ୍ରୋତା ପ୍ରକଳ୍ପକୁ ନେଇ ଅକଳରେ ନବୀନ ପଟ୍ଟନାୟକ। ଆରଟିଆଇ ରିପୋର୍ଟକୁ ସରକାରଙ୍କୁ ଘେରିଲା କଂଗ୍ରେସ। ଆଇ ଆଇ ଟି ହାଇଦ୍ରାବାଦ କୌଣସି ରିପୋର୍ଟ ଦେଇ ନାହିଁ। ଆଇ ଆଇ ଟି ହାଇଦ୍ରାବାଦର ଫେକ ରିପୋର୍ଟ ଦେଖାଇ ଖରସ୍ରୋତା ପ୍ରକଳ୍ପ କରିବାକୁ ମସୁଧା କରୁଛି ବିଜେଡି ସରକାର। କଂଗ୍ରେସ ଆଣିଛି ଏଭଳି ସାଂଘାତିକ ଅଭିଯୋଗ।

ଓଡିଶା ଇତିହାସରେ ଏଭଳି ଘଟଣା ପ୍ରଥମ । ଘୋଟାଲା ପାଇଁଆଇଆଟିର ବିଶ୍ଵ ସନୀୟତାକୁ ବ୍ୟବହାର କରିଛନ୍ତି ସରକାର । ପ୍ରଶାସନର ସର୍ବୋଚ୍ଚ ସ୍ତରରେ ଏହି ଷଡଯନ୍ତ୍ର କରାଯାଇଛି ଯେଉଁଥିପାଇଁ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡି ନେତା ମୁଁହ ଖୋଲୁ ନାହାଁନ୍ତି । ଜାଲ ସାର୍ଟିଫିକେଟ ପଛରେ କିଏ ସବୁଠୁ ବଡ ପ୍ରଶ୍ନ ? ଜାଲି ରିପୋର୍ଟର ରଚୟିତା କିଏ ? ଯେଉଁ କଣ୍ଟ୍ରାକ୍ଟର କାମ ନେଇଛି ତାକୁ ବ୍ଲାକଲିଷ୍ଟ କରାଯାଉ । ଘୋଟାଲା ପଛରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ହେଉ ତଦନ୍ତ। ଖରସ୍ରୋତା ଜଳ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ । ସେପଟେ କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ରାଜନେତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ଏଭଳି ଅଭିଯୋଗ ଆଣିଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେଵ କହିଛନ୍ତି। ଖରସ୍ରୋତା ଏବେ ଓଡିଶା ରାଜନୀତିର ସେଣ୍ଟରେ। ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ଖରସ୍ରୋତା ଆନ୍ଦୋଳନ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ