Before Header

ଓଡ଼ିଆ ଭାଷାକୁ ଲୋପ କରିବାକୁ ଝାଡ଼ଖଣ୍ଡ ଚଳାଇଛି ଚକ୍ରାନ୍ତ

0 20

ରାଇରଙ୍ଗପୁର (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ର ଚଳାଇଛି ଦାଦାଗିରି । ଉତ୍ତରରେ ଝାଡଖଣ୍ଡ ସରକାର ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ଚଳାଇଛନ୍ତି ଚକ୍ରାନ୍ତ । ମାତ୍ର ରାଜ୍ୟ ସରକାର ନିଘୋଡ ନିଦରେ ଶୋଇଛନ୍ତି । ଓଡ଼ିଆ ଅସ୍ମିତା ଲୋପ ପାଇଁ ହେମନ୍ତ ଶୋରେନ୍‍ ସରକାର ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଅତି ହାଲକା ମନ୍ତବ୍ୟ ଦେଉଛନ୍ତି । ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କାହିଁକି ଆଲୋଚନା କରୁ ନାହାନ୍ତି ।

କୋଟିଆ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଝାଡଖଣ୍ଡରେ ପପପ୍ରତିଫଳିତ ହେବନି ତ? ରାଜ୍ୟର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଲାଗିରହିଛି ଝାଡଖଣ୍ଡର ଷଢେଇକଳା, ଖରସୁଅାଁ, ପୂର୍ବ ଓ ପଶ୍ଚିମ ସିଂହଭୂମ୍‍ । ଝାଡଖଣ୍ଡର ଏହି ଏହିସବୁ ଅଞ୍ଚଳରେ ସଂଖ୍ୟାଧିକ ଓଡ଼ିଆ ବସବାସ କରନ୍ତି । ସେମାନଙ୍କ ଭାଷା ଓଡ଼ିଆ । ସଂସ୍କୃତି ଓ ପରମ୍ପରା ମଧ୍ୟ ଓଡ଼ିଆ । ଏହି ଅଞ୍ଚଳର ପିଲାଙ୍କ ପାଇଁ ଅଛି ୧୫୦ ଓଡ଼ିଆ ସ୍କୁଲ । ୨୦୧୧ରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ଦେଇଥିଲେ । ମାତ୍ର ୨୦୨୧-୨୨ଶିକ୍ଷା ବର୍ଷରୁ ଝାଡଖଣ୍ଡରେ ଓଡ଼ିଆ ଆଉ ପଢାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ବିରୋଧରେ ଝାଡ଼ଖଣ୍ଡରେ ଥିବା ଓଡ଼ିଆମାନେ ଚଳାଇଛନ୍ତି ଆନ୍ଦୋଳନ । ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସଙ୍କଟରେ ଓଡ଼ିଆ ଭାଷା । ମାତ୍ର ରାଜ୍ୟ ସରକାର ନିଦାବିଷ୍ଣୁ । ଗଣମାଧ୍ୟମରେ ମନ୍ତ୍ରୀ ଦେଉଛନ୍ତି ଶସ୍ତା ମନ୍ତବ୍ୟ । ଝାଡଖଣ୍ଡ ଓଡ଼ିଆକୁ ଦେଇଥିବା ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହର କରିସାରିଲେଣି । କେହି ଓଡ଼ିଆ ପଢିବେନି ବୋଲି ନିର୍ଦ୍ଦେଶ ଦେଇସାରିଲେଣି । ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । ମାତ୍ର ବଡ଼ ଖବର ଚୁପ୍‍ ରହିବନି । ସାଢେ ଚାରିକୋଟି ଓଡ଼ିଆଙ୍କ ସମ୍ମାନ ରକ୍ଷା କରିବା ପାଇଁ ବଡ଼ ଖବର ସରକାରଙ୍କୁ ପ୍ରଶ୍ନ କରିବ । ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବ ।

Leave A Reply

Your email address will not be published.