ଏଲପିଜି ସିଲିଣ୍ଡର ଉପରେ ଲାଗୁ ହେଉଛି ଏହି ନିୟମ: ଜାଣନ୍ତୁ କ’ଣ ସେଗୁଡ଼ିକ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ଏଲପିଜି ଡେଲିଭରି ପାଇଁ ଦରକାର ୱାନ ଟାଇମ ପାସୱାର୍ଡ । ଗ୍ୟାସ ସିଲିଣ୍ଡର ଚୋରି ରୋକିବା ପାଇଁ ଜାରି କରାଯାଇଛି ନୂଆ ନିୟମ । ଏଥର ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକମାନଙ୍କୁ ୱାନ ଟାଇମ ପାସୱାର୍ଡ ବା ଓଟିପି ଦେବାକୁ ପଡ଼ିବ । ତୈଳ କମ୍ପାନୀଗୁଡ଼ିକ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ନୂଆ ସିଷ୍ଟମ ଡେଲିଭରି ଅଥେଣ୍ଟିକେଶନ କୋଡ୍ ବା ବିତରଣ ପ୍ରାମାଣିକୀକରଣ କୋଡ୍ ଭାବରେ ଜଣାଶୁଣା ।
ଏହି ନୂତନ ସିଷ୍ଟମ ଅନୁସାରେ ଗ୍ରାହକମାନେ ସେମାନଙ୍କ ମୋବାଇଲ ନମ୍ବରକୁ ଗ୍ୟାସ ଏଜେନ୍ସି ସହିତ ଅପଡେଟ୍ କରାଇବା ଜରୁରୀ । ଏଲପିଜି ଗ୍ୟାସ ଡେଲିଭରି ସମୟରେ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ କୋଡ୍ ପଠାଯିବ । ଏହି କୋଡ୍ ଡେଲିଭରି ବୟଙ୍କୁ ଦେଖାଇ ସେମାନଙ୍କ ଗ୍ୟାସ ସିଲିଣ୍ଡର ନେଇପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ତାଙ୍କ ଠିକଣାକୁ ଗ୍ୟାସ ଏଜେନ୍ସି ସହିତ ଅପଡେଟ୍ କରିବାକୁ ପଡ଼ିବ । ଏହି ବ୍ୟବସ୍ଥା ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକ କହିଛନ୍ତି, ବ୍ୟବସାୟିକ ଏଲପିଜି ସିଲିଣ୍ଡର ପାଇଁ ଡିଏସିର କୌଣସି ଆବଶ୍ୟକତା ପଡ଼ିବନି । ୨୦୩୦ ସୁଦ୍ଧା ଏଲପିଜି ସିଲିଣ୍ଡର ମାମଲାରେ ଭାରତ ଚୀନକୁ ପଛରେ ପକାଇଦେବ ବୋଲି ଉଡ୍ ମାକେଞ୍ଜି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!