Masthead

ଧର୍ମ ସହିବନି…ଜନ୍ମକଲା ମାଆକୁ ପର କଲା ପୁଅ ଶେଷରେ ସୌତୁଣୀ ନେଲା ଦାୟିତ୍ୱ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ପଚାରିଲାନି ପୁଅ ଶେଷରେ ସୌତୁଣୀ ନେତା ସୌତୁଣୀର ଦାୟିତ୍ୱ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଅଞ୍ଚଳରେ । ଦୁଇ ଦୁଇଟି ପୁଅ ଥିବା ସତ୍ତ୍ୱେ ବୁଢୀ ମାଆର ଦେଖାଶୁଣା ତଥା ପ୍ରତିପୋଷଣ ପାଇଁ ଅରାଜି ହୋଇଥିଲେ । ଶେଷରେ ସାନ ସୌତୁଣୀ ବଡ଼ ସୌତୁଣୀର ଦାୟିତ୍ଵ ନେଇଛନ୍ତି। ବାଲିଆପାଳ ବ୍ଲକ ଦେଉଳା ଗ୍ରାମର ଶାନ୍ତିଲତା ପରିଡା ଓ ଶଙ୍କରୀ ପରିଡା । ହରେକୃଷ୍ଣ ପରିଡା ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଶାନ୍ତିଲତା ଓ ଦ୍ବିତୀୟ ସ୍ତ୍ରୀ ଶଙ୍କରୀ। ତେବେ ୧୯୮୫ ମସିହାରେ ହରେକୃଷ୍ଣ ପରିଡ଼ାଙ୍କ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ ।

ହରେକୃଷ୍ଣ ପରିଡ଼ାଙ୍କ ଦୁଇ ପୁଅ ରହିଛନ୍ତି। ତେବେ ବାପାଙ୍କ ମୃତ୍ୟୁ ପରେ ମା ଶାନ୍ତିଲତା ପୁଅ ଦୁଇଜଣଙ୍କୁ ବଡ଼ କଲେ । ତେବେ ମା ଶାନ୍ତିଲତା ବୃଦ୍ଧ ହୋଇଯିବା ପରେ ତଳେପଡି ଅକର୍ମଣ୍ୟ ହୋଇଗଲେ। ଚଲାବୁଲା କରି ପାରିଲେ ନାହିଁ। ପୁଅ ବୋହୂ ମା ର ସେବା କରିବା ବଦଳରେ ବୋଝ ଭାବି ଦାୟିତ୍ଵରୁ ନିଜକୁ ଦୂରେଇ ଦେଲେ । ସେତେବେଳେ ସହଯୋଗର ହାତ ବଢାଇ ଆପଣାଇ ନେଲେ ସାନ ସୌତୁଣୀ ଶଙ୍କରୀ । ତେବେ ଚଲାବୁଲା କରି ପାରୁନଥିବା ବଡ ସୌତୁଣି ଶାନ୍ତି ଲତାର ସମସ୍ତ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ନିଜ ପାଖରେ ଆଣି ରଖିଲେ। ଶଙ୍କରୀ ଓ ଶାନ୍ତିଲତା ରାସ୍ତା କଡ଼ରେ ଥିବା ଏକ ଦୋକାନ କ୍ୟାବିନରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଶୀତ ବର୍ଷା ଖରାରକୁ ଖାତିର ନକରି ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ