Masthead

ସରକାରୀ ଯୋଜନା ସାତସପନ: ଦୁର୍ଦ୍ଦିନରେ ୫୦ ପରିବାର

କାଶୀପୁର, (ବଡ଼ ଖବର ବ୍ୟୁରୋ): ଅପହଞ୍ଚ ସରକାରୀ ଯୋଜନା । ଆଉ ଏଥି ଯୋଗୁଁ ବାଟ ହୁଡୁଛି ବିକାଶ। ଯୁଗଯୁଗ ପ୍ରକୃତିକୁ ଧରି ଜୀଇଁ ଆସୁଥିବା ୫୦ଟି ପରିବାର ପାଇଁ ଅଭିଶାପ ପାଲଟିଛି ସରକାରୀ ଯୋଜନା। ଗାଁରେ ସାଧାରଣ ସୁବିଧା ଟିକିଏ ନାହିଁ କହିଲେ ଚଳେ। ତଥାପି ପୁରୁଷ ପୁରୁଷର ଭିଟାମାଟି ଛାଡିପାରୁ ନାହାନ୍ତି ଗାଁ ଲୋକେ। ଏଭଳି ଏକ ଗାଁ ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଜଲାକୁରା ଗାଁ। ଏହି ଗାଁ ଯେପରି ଅଭିଶପ୍ତ ହୋଇଯାଇଛି। ଏଠି ବସବାସ କରୁଥିବା ଲୋକେ ବଞ୍ଚିବାପାଇଁ ଦିନରାତି ସଙ୍ଘର୍ଷ କରିଚାଲିଛନ୍ତି। ଗାଁ ଲୋକଙ୍କପାଇଁ ସାଧାରଣ ମୈାଳିକ ସୁବିଧା ଟିକକ ମିଳିପାରୁ ନାହିଁ। ଦୁର୍ଗମ ଇଲକା ଓ ପଥୁରିଆ ରାସ୍ତା। ପାଣି ମୁନ୍ଦାଏ ପାଇଁ କାଳକାଳ ଧରି ଡହଳ ବିକଳ ହେଉଛନ୍ତି ଗାଁ ଲୋକ। ବିକାଶର ନାରା ଶତେ ଯେପରି ଅଦୃଶ୍ୟ ହୋଇଯାଇଛି। କେଉଁ ଆଦିମ କାଳରୁ ଗଢି ଉଠିଥିବା ଜଲାକୁରା ଗାଁରେ ଲୋକେ ବୁନ୍ଦାଏ ସ୍ୱଛ ପାଣି ଓ ନିତି ଦିନିଆ ରାସ୍ତା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ପାହାଡ଼ି ଉପତ୍ୟକାରେ ଥିବା ଏହି ଗାଁରେ ଗୋଟିଏ ନଳକୂପ ଅଛି ସତ, କିନ୍ତୁ ଏଥିରୁ ଭଲ ପାଣି ବାହାରୁ ନଥିବା ସହ ଏହା ଥରେ ଖରାପ ହୋଇଗଲେ ସଜାଡିବାକୁ ମାସମାସ ଲାଗି ଯାଉଛି।

ଗାଁଠାରୁ ଏକ ଝୋଲା ଦେଇ ବହିଯାଉଥିବା ନାଳ ପାଣି ସେମାନଙ୍କ ପାଇଁ ଏକମାତ୍ର ଭରସା। ସ୍ଥାୟୀ ରାସ୍ତା ଖଣ୍ଡିଏ ନାହିଁ। ବାପା ଅଜା ଅମଳରୁ ପାଦ ଚଲା ରାସ୍ତା ସେମାନଙ୍କ ଚିରସାଥି ସାଜିଛି। ଯେଉଁଠି ପାଣି ଓ ରାସ୍ତା ନାହିଁ ସେଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଦିବାସ୍ୱପ୍ନ ବୋଲି ଗାଁର ୱାର୍ଡ଼ମେମ୍ବର ପ୍ରକାଶ କରିଛନ୍ତି । ଶିକ୍ଷା ନିମନ୍ତେ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ବିଦ୍ୟାଳୟକୁ ପିଲାମାନେ ଆସିବା ପାଇଁ ଭୟ କରୁଛନ୍ତି। ଯାହାଫଳରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ରାତି ପାଇଲେ ଗୁହାଳ ଗୁହାଳ ବୁଲି ଗାଇ ଛେଳି ଚରାଇବା ପାଇଁ ବାଧ୍ୟ ହୋଉଛନ୍ତି। ସ୍ୱାସ୍ଥ୍ୟସେବା ଏଠାରେ ଭଗବାନଙ୍କ ଭରସାରେ ଚାଲିଛି। ସାଧାରଣ ଖାଉଟି କାର୍ଡରେ ଚାଉଳ ଆଣିବା ପାଇଁ ପ୍ରାୟ ଦୀର୍ଘ ୮ କିଲୋମିଟର ପାହାଡିଆ ରାସ୍ତାରେ ଚାଲି ମାଣ୍ଡିବିଶୀ ପଞ୍ଚାୟତକୁ ଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ବର୍ତ୍ତମାନ ସୁଧା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଖଣ୍ଡିଏ ଘରଟିଏ ପାଇବା କେହି କେବେ ଦେଖିନାହାନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ