Masthead

ଭେଲେରେ ନଜରକୁ ଆସିବେ ଦାଦା-ପୁତୁରା

ଅଜୟ ଦେବଗନଙ୍କ ପ୍ରଯୋଜନାରେ ବନିବାକୁ ଯାଉଛି ଫିଲ୍ମ ଭେଲେ । ଫିଲ୍ମରେ ଲିଡରେ ନଜର ଆସିବେ ସନ୍ନି ଦେଓଲଙ୍କ ପୁଅ ତଥା ଲେଜେଣ୍ଡାରୀ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି କରନ ଦେଓଲ । କରନ ଯିଏକି ବଲିଉଡରେ ନିଜ ଡେବ୍ୟୁଟ କରିଥିଲେ ଫିଲ୍ମ “ପଲ ପଲ ଦିଲ କେ ପାସ” ମାଧ୍ୟମରେ । ଏଥିସହ କରନଙ୍କୁ ପୂରା ଦେଓଲ ପରିବାର ସହ ଦେଖିବାକୁ ମିଳିବ ଅପକମିଙ୍ଗ ଫିଲ୍ମ ଅପନେ-୨ରେ । ଫିଲ୍ମ ଭେଲେରେ କରନଙ୍କ ସହ ଅନ୍ୟତମ ଲିଡ ଭାବରେ ନଜର ଆସିବେ କରନଙ୍କ ଦାଦା ଅଭୟ ଦେଓଲ । ଫିଲ୍ମ ଭେଲେ ୨୦୧୯ର ତେଲୁଗୁ କ୍ରାଇମ ଡ୍ରାମା ମୁଭି “ବ୍ରୋକେଭାରେଭାରୁରା” ର ହିନ୍ଦୀ ରିମେକ ।

ଏହି ତେଲୁଗୁ ମୁଭିର କାହାଣୀ ଆର-୩ ବ୍ୟାଚର ରକି, ରାମ୍ବୋ ଓ ରାହୁଲଙ୍କ ଭଳି ୩ଜଣ ସାଙ୍ଗଙ୍କ କାହାଣୀକୁ ନେଇ ଗଠିତ । ଯେଉଁମାନେକି ପ୍ରତିବର୍ଷ ଫେଲ ହୁଅନ୍ତି ଓ ପୁଣି ପଢିବାକୁ ନିଜକୁ ପ୍ରସ୍ତୁତ କରନ୍ତି । ଭେଲେ ମୁଭିର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଦେଭେନ ମୁଞ୍ଜଲ, ଯିଏକି ପୂର୍ବରୁ “ଚଲତେ ଚଲତେ” ଓ “ଓମ ଶାନ୍ତି ଓମ” ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଭେଲେର କାହାଣୀ ଏପର୍ଯ୍ୟନ୍ତ ସରିନାହିଁ । କିନ୍ତୁ ଫିଲ୍ମକୁ ନେଇ ସମସ୍ତେ ଏବେଠାରୁ ଆଶାବାଦୀ । ଫିଲ୍ମଟି ସିନେମା ହଲକୁ ଆସିବା ଆଗରୁ ଅନେକ ଓାର୍କସପରେ ନଜର ଆସିବ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା