Masthead

ଭେଲେରେ ନଜରକୁ ଆସିବେ ଦାଦା-ପୁତୁରା

ଅଜୟ ଦେବଗନଙ୍କ ପ୍ରଯୋଜନାରେ ବନିବାକୁ ଯାଉଛି ଫିଲ୍ମ ଭେଲେ । ଫିଲ୍ମରେ ଲିଡରେ ନଜର ଆସିବେ ସନ୍ନି ଦେଓଲଙ୍କ ପୁଅ ତଥା ଲେଜେଣ୍ଡାରୀ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି କରନ ଦେଓଲ । କରନ ଯିଏକି ବଲିଉଡରେ ନିଜ ଡେବ୍ୟୁଟ କରିଥିଲେ ଫିଲ୍ମ “ପଲ ପଲ ଦିଲ କେ ପାସ” ମାଧ୍ୟମରେ । ଏଥିସହ କରନଙ୍କୁ ପୂରା ଦେଓଲ ପରିବାର ସହ ଦେଖିବାକୁ ମିଳିବ ଅପକମିଙ୍ଗ ଫିଲ୍ମ ଅପନେ-୨ରେ । ଫିଲ୍ମ ଭେଲେରେ କରନଙ୍କ ସହ ଅନ୍ୟତମ ଲିଡ ଭାବରେ ନଜର ଆସିବେ କରନଙ୍କ ଦାଦା ଅଭୟ ଦେଓଲ । ଫିଲ୍ମ ଭେଲେ ୨୦୧୯ର ତେଲୁଗୁ କ୍ରାଇମ ଡ୍ରାମା ମୁଭି “ବ୍ରୋକେଭାରେଭାରୁରା” ର ହିନ୍ଦୀ ରିମେକ ।

ଏହି ତେଲୁଗୁ ମୁଭିର କାହାଣୀ ଆର-୩ ବ୍ୟାଚର ରକି, ରାମ୍ବୋ ଓ ରାହୁଲଙ୍କ ଭଳି ୩ଜଣ ସାଙ୍ଗଙ୍କ କାହାଣୀକୁ ନେଇ ଗଠିତ । ଯେଉଁମାନେକି ପ୍ରତିବର୍ଷ ଫେଲ ହୁଅନ୍ତି ଓ ପୁଣି ପଢିବାକୁ ନିଜକୁ ପ୍ରସ୍ତୁତ କରନ୍ତି । ଭେଲେ ମୁଭିର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଦେଭେନ ମୁଞ୍ଜଲ, ଯିଏକି ପୂର୍ବରୁ “ଚଲତେ ଚଲତେ” ଓ “ଓମ ଶାନ୍ତି ଓମ” ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଭେଲେର କାହାଣୀ ଏପର୍ଯ୍ୟନ୍ତ ସରିନାହିଁ । କିନ୍ତୁ ଫିଲ୍ମକୁ ନେଇ ସମସ୍ତେ ଏବେଠାରୁ ଆଶାବାଦୀ । ଫିଲ୍ମଟି ସିନେମା ହଲକୁ ଆସିବା ଆଗରୁ ଅନେକ ଓାର୍କସପରେ ନଜର ଆସିବ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି