ସାଇଶ୍ରୀଙ୍କ ୫୮ ମିନିଟର ରେକର୍ଡ଼, ଜାଣନ୍ତୁ କ’ଣ କଲେ….

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାର ପ୍ରାଥମିକ ପର୍ଯ୍ୟାୟରେ ଲକଡାଉନ / ସଟଡାଉନ ପିରିୟଡ ଚାଲିଥିଲା । ଏହି ସମୟରେ ପ୍ରାୟ ସମସ୍ତେ ନିଜ ନିଜ ଘରେ ସବୁପ୍ରକାରର ଏକ୍ସପେରିମେଣ୍ଟ କରୁଥିଲେ । ରୋଷେଇ କରିବା ଯେମିତି ସମସ୍ତଙ୍କର ସଉକ ହୋଇଯାଇଥିଲା । ପ୍ରତିଦିନ ସୋସିଆଲ ମିଡିଆରେ ଖାଦ୍ୟକୁ ନେଇ କିଛି ନା କିଛି ପୋଷ୍ଟ କରାଯାଉଥିଲା । ୨ମିନିଟରେ ମ୍ୟାଗି କରିବାପାଇଁ ଯାହାକୁ କଷ୍ଟ ଲାଗୁଥିଲା ସେ ପୁଣି ଘଣ୍ଟା ଘଣ୍ଟା ସମୟ ରୋଷେଇ କରିବାରେ ନିଜକୁ ବ୍ୟସ୍ତ ରଖିଲା । ତେବେ ଏହି ସମୟର ଉପଯୁକ୍ତ ବିନିଯୋଗ କରି ସାଇଶ୍ରୀ ରୋଷେଇ କଳାରେ ନିଜକୁ ଫିଟ କରିଲେ ।

ଘରେ ତାଙ୍କୁ ଏଥିପାଇଁ ବହୁତ ପ୍ରେତ୍ସାହିତ କରୁଥିଲେ ।ପରେ ୫୮ ମିନିଟରେ ୪୬ ଡିସ କରି ରେକର୍ଡ଼ ଭାଙ୍ଗିଲେ ତାମିଲନାଡ଼ୁର ଏସଏନ ଲକ୍ଷ୍ମୀ ସାଇଶ୍ରୀ । ୟୁନିକୋ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜକୁ ସ୍ଥାନିତ କରାଇଲେ । ଏହି କୋଶଳ ସେ ନିଜ ମା’ଙ୍କ ଠୁ ଶିଖିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’