Masthead

ମହାନଦୀରେ ମହା ଟ୍ରାଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀ କାଳ ଫାସ ବିଛେଇଥିଲା । ଛୋଟିଆ ଖବରଟି ଏତେ ବଡ଼ ହୋଇ ଜୀବନ ଯିବ ବୋଲି କିଏ ବା ଭାବିଥିଲା । ମହାନଦୀ ଟ୍ରାଜେଡିରେ ଓଡ୍ରାଫ ସୀତାକାନ୍ତ ମୁର୍ମୂ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତ୍ୟୁ ଘଟିଥିଲା । ଯାହା ପାଇଁ ଏତେ ବଡ଼ ଅପରେସନ ହେଉଥିଲା ଶେଷରେ ତା’ ଜୀବନକୁ ମଧ୍ୟ ବଞ୍ଚାଇପାରିଲାନି ପ୍ରଶାସନ । ଶୁକ୍ରବାର ଦିନ ସକାଳୁ ମୁଣ୍ଡଳି ବ୍ରୀଜ ନିକଟରେ ଏକ ହାତୀ ଫସିଯାଇଥିଲା । ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଓ ବନବିଭାଗ କର୍ମଚାରୀ ରେସକ୍ୟୁ ଅପରେସନ କରିଥିଲେ । ଯାହାକୁ ସମସ୍ତେ ଅପରେସନ ଗଜରାଜ ବୋଲି କହିଥିଲେ ।

ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ସେପଟେ ପୋଲ ଉପରୁ ଏହି ଘଟଣାର ସମସ୍ତ ଚିତ୍ରକୁ କଏଦ କରାଯାଇଥିଲା । ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଥିଲା । ହାତୀକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ଫସିରହିଥିବା ହାତୀକୁ କୂଳ ଆଡକୁ ଘଉଡ଼େଇବା ଉଦ୍ଦେଶ୍ୟରେ ଓଡ୍ରାଫ ଟିମର ପାଞ୍ଚ ଜଣ ସଦସ୍ୟ ଏବଂ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ନଈ ଭିତରକୁ ଓହ୍ଲାଇଥିଲେ । ସେଇଠୁ ଯାହା ଘଟିଲା ତାହା ସମସ୍ତଙ୍କୁ ନିର୍ବାକ ନିସ୍ତବ୍ଧ ବିଚଳିତ କରିଦେଲା । ପ୍ରଖର ସ୍ରୋତରେ ବୁଡ଼ିଗଲା ଓଡ୍ରାଫ ରୋବର ବୋଟ । ମହାନଦୀର ବୁଡ଼ିବାରେ ଲାଗିଲେ ଓଡ୍ରାଫ ଯବାନ ଓ ସାମ୍ବାଦିକ ଅରିବିନ୍ଦ ଦାସ ।

ପୋଲ ଉପରୁ ରଶି ଓ ରୋପ ଲାଡର ଲଗାଇ ଏବଂ ସ୍ଥାନୀୟ ମତ୍ସଜୀବୀ ହୁଲି ଡ଼ଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତାହା ପରେ ଅପରେଶନ ଗଜରାଜ ଏକ ହୃଦୟ ବିଦାରକ ମୋଡ଼ ନେଲା । ଖବର ଆସିଲା ଉଦୟମାନ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି । ଏବଂ ଜଣେ ଓଡ୍ରାଫ ଯବାନ ନିଖୋଜ ଅଛନ୍ତି ।ଅନ୍ୟ ଗୁରୁତରମାନଙ୍କୁ ଆଇସିୟୁରେ ରଖାଯାଇଥିଲା ।

ଯାହାପାଇଁ ଏତେ ବଡ଼ ଅପରେଶନ କରାଯାଇଥିଲା, ଶେଷରେ ତା’ ଜୀବନକୁ ମଧ୍ୟ ବଞ୍ଚାଇବାରେ ପ୍ରଶାସନ ବିଫଳ ହୋଇଥିଲା । ଶେଷରେ ଦୀର୍ଘ ସମୟ ଧରି ନିଖୋଜ ଥିବା ଓଡ୍ରାଫ ଯବାନଙ୍କ ମୃତ ଶରୀର ମିଳିଥିଲା । ସହିଦ ସୀତାରାମଙ୍କୁ ବଡ଼ ଖବର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ବାସ୍ତବରେ ମହାନଦୀ ମହାଶିକ୍ଷା ଦେଇଗଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ