Before Header

ଶହ ଶହ କର୍ମୀଙ୍କୁ ନେଇ ନାମାଙ୍କନ ଭରିଲେ ମଞ୍ଜୁଳା ସ୍ୱାଇଁ

0 2,544

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ଏବେ ୨୦୧୪ ସାଧାରଣ ନିର୍ବାଚନ ଉତ୍ସବ । ଆସନ୍ତା ମେ ୨୦ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେକୁ ଥିବା ବେଳେ ସାରା ଅଞ୍ଚଳରେ ଏବେ ନିର୍ବାଚନ ପ୍ରଚାର ଜୋର ସୋରରେ ଚାଲିଛି । ଏତିକି ବେଳେ ଆଜି ବିଜୁ ଜନତା ଦଳ ପକ୍ଷରୁ ଆସିକା ବିଧାନସଭା କ୍ଷେତ୍ରରେ ଭଞ୍ଜ ନଗର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଧାୟିକା ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁ ବାହାରିଛନ୍ତି ।

ପଥରା ଠାରେ ଆସିକା ପୂର୍ବତନ ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ଆସିକା ବିଜୁ ଛକ ଠାରେ ବିଜୁ ବାବୁଙ୍କ ଠାରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଆସିକା ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ଵେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରି ଆର୍ଶୀବାଦ କାମନା କରିଥିଲେ । ଏହାପରେ ଶହ ଶହ ବିଜେଡି କର୍ମୀଙ୍କୁ ନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଠାରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.