Masthead

ନକଲି ଟଙ୍କା କାରଖାନା ଠାବ

ନୟାଗଡ଼, (ବଡ଼ ଖବର ବ୍ୟୁରୋ): ନୟାଗଡ଼ରେ ଜାଲି ନୋଟ କାରଖାନା ଠାବ ହୋଇଛି । ନୟାଗଡ ସହରରୁ ୫୦୦ ଟଙ୍କିଆ ଜାଲି ନୋଟ ଜବତ କରିଛି ପୋଲିସ । ଉକ୍ତ କାରଖାନାରୁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ । ସୂଚନା ମୁତାବକ, ଏକ ବାଇକ ଶୋରୁମରୁ ବାଇକ କିଣିବା ପାଇଁ ଜଣେ ଯୁବକ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ । ତା ମଧ୍ୟରୁ କେବଳ ୫ ହଜାର ଟଙ୍କାକୁ ଛାଡ଼ି ଅନ୍ୟ ନୋଟ ସବୁ ଜାଲି ବାହାରିଥିଲା।

ଏହାପରେ ସେ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ । ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜରାଯାଇ ନୟାଗଡ଼ ସହର ରାଜବଗିଚା ଅଞ୍ଚଳର ଏକ ଭଡାଘରୁ ଜାଲି ନୋଟ ଛପା ଯାଉଥିବା ସମସ୍ତ ଯନ୍ତ୍ରାଂଶ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି। ଯଦି କୌଣସି ବ୍ୟକ୍ତି ଏହି ଜାଲି ନୋଟ ପାଆନ୍ତି କିମ୍ବା ସନ୍ଦେହ ହୁଏ ତେବେ ତୁରନ୍ତ ନୟାଗଡ଼ ଟାଉନ ଥାନା ସହ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା