Masthead

ଆଗକୁ ଆହୁରି କମିବ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଗକୁ ଦେଶରେ ଆହୁରି ହ୍ରାସ ହେବ ପେଟ୍ରୋଲ ଓ ଡିଜେଲ ଦର । ଓପେକ ଓ ସମ୍ପର୍କିତ ତୈଳ ଉତ୍ପାଦକ ଦେଶମାନେ ଆଶୋଧିକ ତୈଳ ଦର ବୃଦ୍ଧି ନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତେବେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ୟାସୋଲିନ ମୂଳ୍ୟ ହ୍ରାସ କରିବା ଲାଗି ସାଉଦି ଆରବ ଓ ଋଷକୁ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ କରିଥିଲେ ।

ସେହି ଅନୁସାରେ ଓପେକ୍ ପ୍ଲସ ଦେଶମାନେ ଡିସେମ୍ବର ମାସରେ ଦୈନିକ ୪ଲକ୍ଷ ବ୍ୟାରେଲ ଉତ୍ପାଦନ ଲାଗି ନିଷ୍ପତ୍ତି ନେଇଛନ୍ତି । ତେଣୁ ଯଦି ଉତ୍ପାଦନ ବୃଦ୍ଧି ପାଏ ତେବେ ନୂଆ ବର୍ଷରୁ ବଜାରରେ ପେଟ୍ରୋଲିୟମ ଉତ୍ପାଦର ନୂଆ ମୂଲ୍ୟ ଆସିବା ନେଇ ଜଣାପଡ଼ୁଛି । ଦୈନିକ ଯଦି ଏହି ମାତ୍ରାରେ ଆଶୋଧିକ ତୈଳ ଉତ୍ପାଦନ ବଢ଼ିବ ତେବେ ବଜାରକୁ ଅଧିକ ପରିମାଣରେ ତୈଳ ଯୋଗାଣ ବଢ଼ିବ । ଏବଂ କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ସହ ମୁଦ୍ରାସ୍ଫିତି ନିୟନ୍ତ୍ରଣାଧୀନ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ ଓପେକ୍‌ ପ୍ଲସ୍‌ ଦେଶମାନେ ଅଚାନକ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଦେବେନି ବୋଲି ଜଣାପଡିଛି। ବିଶ୍ୱରେ କରୋନା ଭାଇରସ ମହାମାରୀ କାଳରେ ହୋଇଥିବା ଉତ୍ପାଦନ ହ୍ରାସ ଭରଣା ନ ହେବା ପର୍ୟ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ନାହିଁ। ତେବେ ଧିରେ ଧିରେ ବଢାଇବାର ଯୋଜନା କରାଯାଉଛି। ହେଲେ ଦୈନିକ ଉତ୍ପାଦନ ହାର ୪ଲକ୍ଷ ବାରଲ ପହଞ୍ଚାଇବା ଲାଗି ପ୍ରସ୍ତାବକୁ ଓପେକ୍ ପ୍ଲସ୍‌ଙ୍କ ଅନୁମୋଦନ ମିଳିଯାଇଛି।

ଓପେକ୍ ଦେଶମାନେ କରୋନା ଭାଇରସ ମହାମାରୀ କାଳରେ କରିଥିବା ଉତ୍ପାଦନ କାଟ୍‌କୁ ଅତ୍ୟନ୍ତ ସାବଧାନତାର ସହ ଆଗକୁ ବଢ଼ାଉଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ଉତ୍ପାଦନ ବୃଦ୍ଧି ଲାଗି ଆମେରିକା ରାଷ୍ଟ୍ରପତି ବାରମ୍ବାର ନିବେଦନ କରୁଛନ୍ତି। ତେବେ ଏଥିରୁ ଏପର୍ୟ୍ୟନ୍ତ ସେପରି ସଫଳତା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ