Masthead

ଗୁଜରାଟ ରାଜନୀତି !

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ହଠାତ ଇସ୍ତଫା ପରେ ସାରା ଦେଶର ନଜର ଗୁଜରାଟ ଉପରେ ରହିଥିଲା । ସମସ୍ତଙ୍କର ଗୋଟିଏ ହିଁ ପ୍ରଶ୍ନ କିଏ ହେବ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ? ଏନେଇ ଅନେକ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ କାଲି ଅପରାହ୍ନରେ ହୋଇଥିବା ବିଧାୟକମାନଙ୍କର ବୈଠକ ସମସ୍ତଙ୍କର କଳ୍ପନା ଜଳ୍ପନାକୁ ଦୂର କରିଦେଇଥିଲା । ତେବେ ଏହି ବୈଠକରେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଥିଲା । କେବଳ ଏତିକି ନୁହେଁ ବରଂ ଏ ଖବରକୁ କିଛି ଦଳୀୟ କର୍ମୀ ମଧ୍ୟ ସହଜରେ ହଜମ କରିପାରିନଥିଲେ ।

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବାର ମାତ୍ର କିଛି ଘଣ୍ଟା ପରେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ସେ କାନ୍ଦି ପକାଇଥିଲେ । ଏହାର ମୁଖ୍ୟକାରଣଟି ହେଉଛି ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ଥିଲେ । ଏନେଇ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ନାମରେ କ୍ୟାପେନ ଆରମ୍ଭ ହୋଇଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ସେ ନିଜେ ମଧ୍ୟ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି କଳ୍ପନା କରିନେଇଥିଲେ । ହେଲେ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି କିଛି ଅଲଗା ହୋଇଥିଲା । ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ନିଷ୍ପତ୍ତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ ଖୁସି ନଥିଲେ । କାହିଁକିନା ସେ ଆଜି ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ୫୯ ବର୍ଷୀୟ ଭୂପେଶ ପଟେଲ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ ।

ଏହା ସହ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ଗ୍ରହଣ କରାଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ପରେ ସାରା ଦେଶରେ ବିଜେପିର ଲୋକପ୍ରିୟତା କମ ହୋଇଯାଇଥିଲା । ଏକଥାକୁ ବିଜେପି ଭଲ ଭାବରେ ବୁଝିପାରିଥିଲା । ତେଣୁ ମାତ୍ର ୬ ମାସ ଭିତରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଇଥିଲା । ନିଜର ଭାବମୂର୍ତ୍ତୀକୁ ସୁଧାରିବା ପାଇଁ ବାରମ୍ବାର ବିଜେପି ଚେଷ୍ଟା କରିଆସୁଥିବାର କଥା କିଛି ନୂଆଁ ନୁହଁ । ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ଫିଟ ନେତାଙ୍କ ମଧ୍ୟରେ ବିଜୟ ରୂପାନୀଙ୍କ ନାମ ବାଦ ପଡ଼ିଥିଲା । କାହିଁକି ନା ନିଜର କାର୍ଯ୍ୟକୁ ଲୋକଙ୍କ ଆଗକୁ ନେଇ ପ୍ରଚାର କରିବା ବିଜୟଙ୍କର ଅଭ୍ୟାସ ନଥିଲା । ନିଜର ଶାନ୍ତ ସ୍ୱଭାବ ଏବଂ ପରୋପକାରୀ ଗୁଣ ପାଇଁ ସାରା ଦେଶରେ ସେ ବେଶ ପରିଚିତ । ହେଲେ ବିଜେପିକୁ ଏହାର ବିପରୀତ ଦରକାର । କାରଣ ସମସ୍ତ ଜିନଷ କିପରି ପ୍ରଚାର କରାଯାଏ ତାହା ବିଜେପି ଠାରୁ ଆଉ କିଏ ଅଧିକା ଜାଣିଛି !

ଅନ୍ୟପଟେ ଭୂପେନ୍ଦ୍ର ପଟେଲ ପାଟିଦାର ସମ୍ପ୍ରଦାୟର ହୋଇଥିବାରୁ ବିଜେପିର ଋଣନୀତି ଆଗକୁ କଣ ରହିବ ତାହା ସ୍ପଷ୍ଟ ବାରି ହୋଇଯାଉଛି । ବହୁ ପୂର୍ବରୁ ରାଜ୍ୟରେ ପାଟିଦାରଙ୍କ ଦବଦବା ଅଧିକା ରହିଆସୁଛି । ତେଣୁ ଗୁଜୁରାଟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଶକ୍ତିଶାଳୀ ପଟେଲ ସମ୍ପ୍ରଦାୟକୁ ଖୁସି କରିବା ପାଇଁ ଏପରି କରୁଥିବାର ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ଏପରି କରିଥିବାର ସୂଚନା ମିଳିଛି । ଏହା ଛଡ଼ା ସବୁଠାରୁ ବଡ଼ କଥାଟି ହେଉଛି ପାଟିଦାର ସମ୍ପ୍ରଦାୟର ଅସନ୍ତୋଷକୁ ହଟାଇବା ପାଇଁ ଭାରତୀୟ ଜନତା ପାର୍ଟି ଏପରି ନିଷ୍ପତ୍ତି ନେଇଥିବାର କଥା ସାମ୍ନାକୁ ଆସିଛି ।

ଯାହାର ସିଧାସଳଖ ପ୍ରଭାବ ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନରେ ପଡ଼ିବ । ବାସ୍ତବରେ ପଶ୍ଚିମବଙ୍ଗରେ ହାରିବା ପରେ ଭାରତୀୟ ଜନତା ପାର୍ଟି ନିଜର ଭାବମୂର୍ତ୍ତୀକୁ ପରିବର୍ତ୍ତନ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ଯାହାର ଉଦାହରଣ ଆମେମାନେ ପୂର୍ବରୁ ଦେଖିଆସୁଛେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !