Masthead

ଅମରୁଲ୍ଲାଙ୍କ ଘରୁ ୪୮ କୋଟି ଟଙ୍କା ପାଇଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):  ପଞ୍ଜଶିରକୁ କବଜା କରିବା ପାଇଁ ଏବେ ଜୋରଦାର ଉଦ୍ୟମ କରୁଛି ତାଲିବାନ । ହେଲେ ଏ ଯାଏଁ ପଞ୍ଜଶିରକୁ ଦଖଲ କରିପାରିନାହିଁ । କିନ୍ତୁ ପଞ୍ଜଶିରର ଏକ ବଡ ଅଂଶକୁ ଦଖଲ କରିଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଏହାସହ ଆଫଗାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ପଞ୍ଜଶିର ସ୍ଥିତ ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି ।

ତେବେ ଏହି ରେଡ ବେଳେ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ତାଲିବାନୀମାନେ ପାଇଥିବା ନେଇ ଏକ ଟ୍ୱିଟ କରିଛନ୍ତି । ସେ ଏହାର ଭିଡିଓ ମଧ୍ୟ ରେକର୍ଡ କରି ଟ୍ୱିଟ କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, ଅମରୁଲ୍ଲା ସାଲେହଙ୍କ ପାଖରେ ଚୋରି କରିଥିବା ଟଙ୍କା ରହିଛି । ରେଡ ବେଳେ ୬.୫ ମିଲିୟନ ଡଲାର ଓ ସୁନାର ଇଟା ଠାବ କରିଛୁ । ଆଗକୁ ଆହୁରି ଟଙ୍କା ଓ ସୁନା ମିଳିବ ବୋଲି ମଧ୍ୟ ସେମାନେ କହିଛନ୍ତି ।

ଏହି ଭିଡିଓରେ ତାଲିବାନୀମାନେ ଟଙ୍କା ବିଡାକୁ ବ୍ୟାଗରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଟଙ୍କା ସେମାନେ ଅମରୁଲ୍ଲା ସାଲେହଙ୍କ ଘରୁ ପାଇଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଯଦି ଏହି ଦାବିରେ କୌଣସି ସତ୍ୟତା ଅଛି ତେବେ ଏହା ବିଦ୍ରୋହଙ୍କୁ ଏକ ଶକ୍ତ ଝଟକା ସଦୃଶ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ