ଅମରୁଲ୍ଲାଙ୍କ ଘରୁ ୪୮ କୋଟି ଟଙ୍କା ପାଇଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):  ପଞ୍ଜଶିରକୁ କବଜା କରିବା ପାଇଁ ଏବେ ଜୋରଦାର ଉଦ୍ୟମ କରୁଛି ତାଲିବାନ । ହେଲେ ଏ ଯାଏଁ ପଞ୍ଜଶିରକୁ ଦଖଲ କରିପାରିନାହିଁ । କିନ୍ତୁ ପଞ୍ଜଶିରର ଏକ ବଡ ଅଂଶକୁ ଦଖଲ କରିଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଏହାସହ ଆଫଗାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ପଞ୍ଜଶିର ସ୍ଥିତ ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି ।

ତେବେ ଏହି ରେଡ ବେଳେ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ତାଲିବାନୀମାନେ ପାଇଥିବା ନେଇ ଏକ ଟ୍ୱିଟ କରିଛନ୍ତି । ସେ ଏହାର ଭିଡିଓ ମଧ୍ୟ ରେକର୍ଡ କରି ଟ୍ୱିଟ କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, ଅମରୁଲ୍ଲା ସାଲେହଙ୍କ ପାଖରେ ଚୋରି କରିଥିବା ଟଙ୍କା ରହିଛି । ରେଡ ବେଳେ ୬.୫ ମିଲିୟନ ଡଲାର ଓ ସୁନାର ଇଟା ଠାବ କରିଛୁ । ଆଗକୁ ଆହୁରି ଟଙ୍କା ଓ ସୁନା ମିଳିବ ବୋଲି ମଧ୍ୟ ସେମାନେ କହିଛନ୍ତି ।

ଏହି ଭିଡିଓରେ ତାଲିବାନୀମାନେ ଟଙ୍କା ବିଡାକୁ ବ୍ୟାଗରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଟଙ୍କା ସେମାନେ ଅମରୁଲ୍ଲା ସାଲେହଙ୍କ ଘରୁ ପାଇଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଯଦି ଏହି ଦାବିରେ କୌଣସି ସତ୍ୟତା ଅଛି ତେବେ ଏହା ବିଦ୍ରୋହଙ୍କୁ ଏକ ଶକ୍ତ ଝଟକା ସଦୃଶ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’