Masthead

ଜିମ୍ ଟ୍ରେନରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

ନିଆଳି(ବଡ଼ ଖବର ବ୍ୟୁରୋ): ଜିମ୍ ଟ୍ରେନର ରଶ୍ମିରଞ୍ଜନ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ । ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାର ଲୋକେ ତଦନ୍ତରେ ସହଯୋଗ କରୁନଥିବା ପୋଲିସ କହିଛି । ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଏତଲା ମଧ୍ୟ ଦିଆଯାଇନାହିଁ । ରଶ୍ମିରଞ୍ଜନଙ୍କ ମୃତଦେହକୁ ମଧ୍ୟ ପରିବାର ଲୋକେ ତରବରିଆ ଭାବେ ପୋଡ଼ି ଦେଇଥିବା ପୋଲିସ କହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଭାକରସାହି ପଞ୍ଚାୟତର ବିଶ୍ୱାଳ ସାହିରେ । ଗାଁର ରଶ୍ମିରଞ୍ଜନ ବିଶ୍ୱାଳ ଜଣେ ଜିମ୍ ଟ୍ରେନର । ଶୁକ୍ରବାର ତାଙ୍କ ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲେ ପରିବାର ଲୋକେ । ଏବଂ ମୃତଦେହକୁ ପରିବାର ଲୋକେ ତରବରିଆ ଭାବେ ପୋଡ଼ି ଦେଇଥିଲେ ।

ମୃତ୍ୟୁ ପୂର୍ବରୁ ରଶ୍ମିରଞ୍ଜନ ଏକ ଭିଡିଓ ଜାରି କରିଥିଲେ ଭିଡିଓରେ ସେ କହିଥିଲେ, ‘ଏଠି କିଛି ଲୋକ ମୋତେ ମାରିଦେବାକୁ ଚେଷ୍ଟା କରୁଛନ୍ତି । ଷଡ଼ଯନ୍ତ୍ରରେ ମୋ ପରିବାର ଲୋକ ଓ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଅଛି । ମୋ ମୃତ୍ୟୁ ପଛର କାରଣ ସମସ୍ତେ ଜାଣିବା ଦରକାର ।’ ଏହା ପରଦିନ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାରେ ବାଲିପାଟଣା ଥାନା ଆଇଆଇସି ରଶ୍ମି ରଂଜନ ବିଶ୍ୱାଳ ଘରକୁ ଯାଇଥିଲେ ଜଣେ ବୃଦ୍ଧାଙ୍କୁ ଛାଡି ଦେଲେ ଘରର ଆଉ କୌଣସି ସଦସ୍ୟ ନଥିବା କାରଣରୁ ପୋଲିସ ଖାଲି ହାତରେ ଫେରିଛି। ଏବଂ ପରେ ଜିମ ସେଣ୍ଟର ପରିଦର୍ଶନ କରିଛନ୍ତି ପୋଲିସ । ରଶ୍ମି ରଂଜନ ବିଶ୍ୱାଳ ଜିମ ସେଣ୍ଟର ପୂର୍ବରୁ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ ଏବଂ ବିଭିନ୍ନ ସମୟରେ ଧାରକରଜରେ ଛନ୍ଦି ହୋଇଥିବା ନେଇ ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ