Masthead

ଭାରତର ଭବିଷ୍ୟତକୁ ନେଇ ମୁଁ ଅଧିକ ଉତ୍ସାହିତ: ଏଲନ ମସ୍କ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି । ଏବଂ ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ମଧ୍ୟ ଭେଟିଛନ୍ତି । ମୋଦିଙ୍କୁ ଭେଟିବା ପରେ ମସ୍କ ମୋଦିଙ୍କ ପ୍ରଶଂସା କରିବା ସହିତ ସେ ନରେନ୍ଦ୍ର ମୋଦିଙ୍କର ବଡ଼ ଫ୍ୟାନ ବୋଲି କହିଛନ୍ତି । ଏଲନ ମସ୍କ କହିଛନ୍ତି, ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ । ଭାରତର ଭବିଷ୍ୟତକୁ ନେଇ ମୁଁ ଅଧିକ ଉତ୍ସାହିତ । ଅନ୍ୟ ଦେଶ ଅପେକ୍ଷା ଭାରତରେ ସମ୍ଭାବନା ଅଧିକ ।

ନୂଆ କମ୍ପାନୀ ଗୁଡ଼ିକୁ ନେଇ ମୋଦି ଅତ୍ୟନ୍ତ ଉଦାରବାଦୀ। ମୋଦି ନିଜ ଦେଶରେ ନୂଆ କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବାକୁ ଚାହାନ୍ତି । ଏହାସହ ସେ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବେ ବୋଲି ମଧ୍ୟ କହିଛନ୍ତି । ସେହିପରି ନ୍ୟୁୟର୍କରେ ଟପ୍ ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏମାନଙ୍କ ମଧ୍ୟରେ ନୋବେଲ ବିଜେତା, ଅର୍ଥନୀତି ବିଷାରଦ, କଳାକାର, ବୈଜ୍ଞାନିକ, ଉଦ୍ୟୋଗୀ, ଶିକ୍ଷାବିତ୍ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ଗ୍ରାମି ଆୱାଡ୍ ବିଜେତା ଫାଲଗୁନି ଶାହଙ୍କୁ ମଧ୍ୟ ବେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ