୪୦ ଵିଧାୟକଙ୍କୁ କରୋନା ! କେମିତି ଚାଲିଵ ବିଧାନସଭାର ମୌସୁମୀ ଅଧିବେଶନ

ଵିଧାନସଭାର ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ଵର ୨୯ରୁ ଆରମ୍ଭ ହେବ । ତେଵେ ଵିଧାନ ସଭା ଆସିବେନି ଵିଜେଡି ଵିଧାୟକ ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର । କାରଣ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ ପରୀକ୍ଷାରେ ଦୁଇ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ରବିବାର ଦିନ ୭୦ ଜଣ ବିଧାୟକଙ୍କ ସମେତ ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କୁ ମିଶାଇ ମୋଟ ୨୫୨ ଜଣଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ କରାଯାଇଛି । ଆଜି ଆସିଵ ଏହାର ରିପୋର୍ଟ । ଆଜି ବାକି ଥିବା ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ।
ଏହି ଦୁଇ ଜଣ ବିଧାୟକଙ୍କୁ ମିଶାଇ ରଵିଵାର ସୁଦ୍ଧା ମୋଟ ୪୦ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ କରୋନା ପଜିଟିଭ୍ ଥିଲା । ଏବେ ତାଙ୍କର ପୁଣି ଥରେ ପଜିଟିଭ୍ ଆସିଛି ।
କୋଭିଡ୍ ସମୟରେ ଚଳିତ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଯେଉଁମାନେ ପଜିଟିଭ୍ ଥିବେ, ସେମାନେ ବିଧାନସଭା ଆସିପାରିବେ ନାହିଁ । ୬୦ ବର୍ଷରୁ ଅଧିକ
ବୟସର ବିଧାୟକମାନେ ଜିଲ୍ଲା ମହକୁମାରେ ଭିଡିଓ କନଫରେନ୍ସିଂରେ ରହି ଅଧିବେଶନରେ ଯୋଗ ଦେଇପାରିବେ ।
ବିଧାୟକଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କୋଭିଡ୍ ସତର୍କତା ଯୋଗୁଁ ସିଟ୍ ଆଗରେ କାଚ ଲାଗିଛି । ବିଧାନସଭା ଅଧିବେଶନ ସମୟକୁ କାଟଛାଂଟ ମଧ୍ୟ କରାଯାଇଛି । ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଅଧିବେଶନ । ଚଳିତ ଅଧିଵେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଗତ ୬ ମାସ ଭିତରେ ସରକାର ଆଣିଥିବା ୧୨ଟି ଅଧ୍ୟାଦେଶକୁ ବିଲ ଆକାରରେ ବିଧାନସଭାରେ ଉପସ୍ଥାପନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ