Masthead

ରୁଷିଆରେ ସୈନ୍ୟ ସଙ୍କଟ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଯୁକ୍ରେନ ସହ ରୁଷିଆ ଦୀର୍ଘ ଦିନ ଧରି ଚଳାଇଛି ସଂଘର୍ଷ । ୟୁକ୍ରେନର ଆକ୍ରମଣରେ ରୁଷିଆର ବହୁତ ସୈନ୍ୟ ପ୍ରାଣ ହରାଇଲଣି । ବିଶେଷ କରି ସ୍ଥଳ ସେନା ଏକ ପ୍ରକାରର ଖାଲି ହୋଇ ଗଲାଣି । ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବାରୁ ରୁଷିଆରେ ଦେଖା ଦେଇଛି ସୈନ୍ୟ ସଙ୍କଟ । ୟୁକ୍ରେନକୁ ମୁକାବିଲା କରିବା ପାଇଁ ରୁଷିଆ ନିକଟରେ ସୈନ୍ୟ ନଥିବାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିନ୍ତା ବଢି ଯାଇଛି । ଏହି ଅଭାବ ପୂରଣ କରିବା ପାଇଁ ରୁଷିଆ ଉତ୍ତର କୋରିଆର ସହଯୋଗ ଲୋଡିଛି । ରୁଷିଆର ପାରମ୍ପରିକ ବନ୍ଧୁ ଉତ୍ତର କୋରିଆ ସହଯୋଗର ହାତ ବଢାଇଛି ।

ରୁଷିଆକୁ ୫୦ ହଜାର ସୈନ୍ୟ ଉତ୍ତରକୋରିଆ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଉତ୍ତରକୋରିଆ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି । ଆଉ ରୁଷିଆକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଆସୁଛି । ରୁଷିଆ ସପକ୍ଷରେ ଯୁଦ୍ଧ କରିବା ପାଇଁ ଉତ୍ତରକୋରିଆ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲା । ବନ୍ଧୁ ରାଷ୍ଟ୍ର ପାଇଁ ଯୁଦ୍ଧ କରି ଜୀବନ ଦେବାକୁ ଉତ୍ତରକୋରିଆର ସ୍ୱଚ୍ଚେସେବୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ବଛା ବଛା ୫୦ ହଜାରଙ୍କୁ ରୁଷିଆ ପଠାଯିବ । ଆବଶ୍ୟକ ପଡିଲେ ପର୍ଯ୍ୟାୟ କ୍ରମେ ଅନ୍ୟମାନେ ଯିବେ । ଖାଲି ସୈନ୍ୟ ନୁହେଁ । ରୁଣିଆକୁ ଉତ୍ତର କୋରିଆ ଯୋଗାଇ ଆସୁଛି ସାମରିକ ଅସ୍ତ୍ରଶସ୍ତ୍ର । ଏସର୍ମ୍ପକରେ ଆମେରିକା ଅଭିହୋଗ କରିବା ପରେ ରୁଷିଆ ଓ ଉତ୍ତର କୋରିଆ ଅଭିଯୋଗ ମଥ୍ୟା ବୋଳି କହିଥିଲେ । ଏବେ ଉତ୍ତରକୋରିଆ ରୁଷିଆକୁ ୫୦ ହଜାର ସୈନ୍ୟ ପଠାଉଥିବାରୁ ଆମେରିକାର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ