Masthead

ଦୁର୍ବଳ ହେଉଛି ହମାସ, ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧକୁ ପୂରିଲାଣି ମାସେ । ଥମିବାର ନା ନେଉନାହିଁ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲରେ କରିଛି ପ୍ରବେଶ । ଅଲଶିଫାରେ ପଶିଛି ଆଇଡିଏଫ । କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ ।

ଏହି ହସ୍ପିଟାଲର ଅଣ୍ଡରଗ୍ରାଉଣ୍ଡରେ ହମାସା ମୁଖ୍ୟାଳୟ ରହିଛି ଓ ଏହାକୁ ନଷ୍ଟ କରିବା ପାଇଁ ସେନା ହସ୍ପିଟାଲକୁ ଚାରିପଟୁ ଘେରିଥିବା କହିଛି ଇସ୍ରାଏଲ । ସେନା କହିଛି ପଣବନ୍ଦୀ ଓ ରୋଗୀଙ୍କୁ ଦୃଷ୍ଟିରେ ରଖି ହସ୍ପିଟାଲ ଉପରେ କୌଣସି ଆକ୍ରମଣ କରାଯାଇନାହିଁ । । ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ହମାସକୁ ମୂଳପୋଛ ଲକ୍ଷ୍ୟରେ ତଲାସି କରାଯାଉଛି । ହସ୍ପିଟାଲରେ କିଛି ଗୁପ୍ତ ସୁଡ଼ଙ୍ଗ ଠାବ କରାଯାଇଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ଶିଶୁ ଓ ମହିଳାଙ୍କ ସଂଖ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା!