Masthead

ଗ୍ରାମବାସୀଙ୍କ ସହଯୋଗରେ ପଡ଼ିଲା ଦିବ୍ୟାଙ୍ଗଙ୍କ ହାତଗଣ୍ଠି

ଖଇରା (ବଡ଼ ଖବର ବ୍ୟୁରୋ): ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିବାହ ବୟସ ଗଡ଼ି ଯାଇଥିଲେ ମଧ୍ୟ ନିଜ ଦିବ୍ୟାଙ୍ଗ ପୁଅ ଏବଂ ଦିବ୍ୟାଙ୍ଗ ଝିଅ ପାଇଁ ଉପଯୁକ୍ତ ପ୍ରାର୍ଥୀ ଯୋଗାଡ଼ କରିପାରୁ ନ ଥିଲେ ଦୁଇ ପରିବାର । ଏଭଳି ସ୍ଥିତିରେ ସହାୟତା ପାଇଁ ଆଗେଇ ଆସିଥିଲେ ଗ୍ରାମବାସୀ ଆଉ ସେମାନଙ୍କ ଉଦ୍ୟମ ଫଳରେ ଉଭୟ ଦିବ୍ୟାଙ୍ଗ ପୁଅ ଓ ଝିଅ ସାରାଜୀବନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଭଳି ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ସମ୍ପେଇ ଗ୍ରାମରେ ଥିବା ଲଷ୍ମୀନାରାୟଣ ମଣ୍ଡପରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମାୟାଧର ଜେନାଙ୍କ ପୁଅ ନିରଞ୍ଜନ ଜେନା (୩୪) ଜନ୍ମରୁ କଥା କହିପାରୁନାହାନ୍ତି ।

ଦିବ୍ୟାଙ୍ଗ ହେବା ସହ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପୁଅ ପାଇଁ କନ୍ୟାଟିଏ ଖୋଜି ବିବାହ କରିପାରୁ ନ ଥିଲେ ତାଙ୍କ ପରିବାର ଲୋକେ । ସେମାନଙ୍କର ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି । ନିରଞ୍ଜନଙ୍କ ସହିତ ସୋର ବ୍ଲକ କୁଚିଆକୋଇଲି ଗ୍ରାମର ସନାତନ ବେହେରାଙ୍କ ଝିଅ ସୁକାନ୍ତି ବେହେରା (୨୪)ଙ୍କର ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ସୁକାନ୍ତି ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ ଏବଂ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସ୍ଵଛଳ ହୋଇ ନ ଥିବାରୁ ଗ୍ରାମବାସୀମାନେ ଉଭୟ ପରିବାର ସହ ଆଲୋଚନା କରି ଏହି ବିବାହ ଆୟୋଜନ କରିଥିଲେ ।

ରବିବାର ଏହି ବିବାହ ସମ୍ପନ୍ନ ହୋଇଛି । ଏହି ପବିତ୍ର କାର୍ଯ୍ୟରେ ଗ୍ରାମର ବ୍ରହ୍ମାନନ୍ଦ ମାହାନା, କାଳନ୍ଦୀ ମାହାନା, ଲକ୍ଷ୍ମୀଧର ଗିରି, ଲମ୍ବୋଦର ମାହାନା, ଚକ୍ରଧର ଗିରି ସହାୟତା କରିଥିଲେ । କରୋନା କଟକଣାକୁ ସମ୍ମାନ ଦେଇ ଗ୍ରାମବାସୀ ଦ୍ୱାରା ଏକ ଭୋଜି ମଧ୍ୟ ଆୟୋଜନ କରାଯାଇଥିଲା । ଗ୍ରାମବାସୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା