Masthead

ଗ୍ରାମବାସୀଙ୍କ ସହଯୋଗରେ ପଡ଼ିଲା ଦିବ୍ୟାଙ୍ଗଙ୍କ ହାତଗଣ୍ଠି

ଖଇରା (ବଡ଼ ଖବର ବ୍ୟୁରୋ): ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିବାହ ବୟସ ଗଡ଼ି ଯାଇଥିଲେ ମଧ୍ୟ ନିଜ ଦିବ୍ୟାଙ୍ଗ ପୁଅ ଏବଂ ଦିବ୍ୟାଙ୍ଗ ଝିଅ ପାଇଁ ଉପଯୁକ୍ତ ପ୍ରାର୍ଥୀ ଯୋଗାଡ଼ କରିପାରୁ ନ ଥିଲେ ଦୁଇ ପରିବାର । ଏଭଳି ସ୍ଥିତିରେ ସହାୟତା ପାଇଁ ଆଗେଇ ଆସିଥିଲେ ଗ୍ରାମବାସୀ ଆଉ ସେମାନଙ୍କ ଉଦ୍ୟମ ଫଳରେ ଉଭୟ ଦିବ୍ୟାଙ୍ଗ ପୁଅ ଓ ଝିଅ ସାରାଜୀବନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଭଳି ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ସମ୍ପେଇ ଗ୍ରାମରେ ଥିବା ଲଷ୍ମୀନାରାୟଣ ମଣ୍ଡପରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମାୟାଧର ଜେନାଙ୍କ ପୁଅ ନିରଞ୍ଜନ ଜେନା (୩୪) ଜନ୍ମରୁ କଥା କହିପାରୁନାହାନ୍ତି ।

ଦିବ୍ୟାଙ୍ଗ ହେବା ସହ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପୁଅ ପାଇଁ କନ୍ୟାଟିଏ ଖୋଜି ବିବାହ କରିପାରୁ ନ ଥିଲେ ତାଙ୍କ ପରିବାର ଲୋକେ । ସେମାନଙ୍କର ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି । ନିରଞ୍ଜନଙ୍କ ସହିତ ସୋର ବ୍ଲକ କୁଚିଆକୋଇଲି ଗ୍ରାମର ସନାତନ ବେହେରାଙ୍କ ଝିଅ ସୁକାନ୍ତି ବେହେରା (୨୪)ଙ୍କର ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ସୁକାନ୍ତି ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ ଏବଂ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସ୍ଵଛଳ ହୋଇ ନ ଥିବାରୁ ଗ୍ରାମବାସୀମାନେ ଉଭୟ ପରିବାର ସହ ଆଲୋଚନା କରି ଏହି ବିବାହ ଆୟୋଜନ କରିଥିଲେ ।

ରବିବାର ଏହି ବିବାହ ସମ୍ପନ୍ନ ହୋଇଛି । ଏହି ପବିତ୍ର କାର୍ଯ୍ୟରେ ଗ୍ରାମର ବ୍ରହ୍ମାନନ୍ଦ ମାହାନା, କାଳନ୍ଦୀ ମାହାନା, ଲକ୍ଷ୍ମୀଧର ଗିରି, ଲମ୍ବୋଦର ମାହାନା, ଚକ୍ରଧର ଗିରି ସହାୟତା କରିଥିଲେ । କରୋନା କଟକଣାକୁ ସମ୍ମାନ ଦେଇ ଗ୍ରାମବାସୀ ଦ୍ୱାରା ଏକ ଭୋଜି ମଧ୍ୟ ଆୟୋଜନ କରାଯାଇଥିଲା । ଗ୍ରାମବାସୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା