Masthead

ହାପି ବାର୍ଥ ଡେ ଆକାଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଲିଉଡ ଜଗତର ହ୍ୟାଣ୍ଡସମ୍ ହଙ୍କ୍ ଆକାଶ । ନିଜ ଲୁକ୍ ଏବଂ ଫିଟନେସ୍ ସହ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ଓଡିଆ ଫିଲ୍ମ ଜଗତର ଜଣେ କୁଲ୍ ଆକ୍ଟର ଭାବେ ପରିଚିତ ଆକାଶ । ତାଙ୍କ ଷ୍ଟାଇଲ ଯେମିତି ପରଫେକ୍ଟ ସେ ମଧ୍ୟ ସେତିକି ପରଫେକ୍ଟ । ଜଣେ ଭଲ ଅଭିନେତା ସହ ତାଙ୍କୁ ଜଣେ ଭଲ ରାଜନେତା ଭାବେ ମଧ୍ୟ ସମସ୍ତେ ଜାଣନ୍ତି । ତେବେ ଆଜି ହେଉଛି ଆକାଶଙ୍କର ଜନ୍ମଦିନ । ସେ ଆଜି ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି ।

ତାଙ୍କର ଏହି ବିଶେଷ ଦିନରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଖାସକରି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନଙ୍କର ସ୍ପେସିଆଲ ପୋଷ୍ଟ ଦେଖିବାକୁ ମିଳିଛି । ତେବେ ଆକାଶ ଦାସନାୟକ ଓଡିଆ ସିନେ ଜଗତର ଜଣେ ଆକ୍ସନ ହିରୋ କହିଲେ କିଛି ଭୁଲ ହେବ ନାହିଁ । କାରଣ ଅଧିକାଶଂ ଆକ୍ସନ ଡ୍ରାମା ଚଳଚିତ୍ରରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ୨୦୦୮ ମସିହାରେ ଫିଲ୍ମ ‘କଳିଙ୍ଗ ପୁତ୍ର’ ମାଧ୍ୟମରେ ସେ ପାଦ ରଖିଥିଲେ ଅଭିନୟ ଦୁନିଆରେ । ନିଜ ପ୍ରଥମ ମୁଭିରୁ ହିଁ ସେ ପାଇଥିଲେ ବେଷ୍ଟ୍ ଆକ୍ଟର ଆୱାର୍ଡ । ଏହି ଫିଲ୍ମର ସଫଳତା ପରେ ପଛକୁ ଫେରି ନଥିଲେ ଆକାଶ । ଧିରେ ଧିରେ ତାଙ୍କ ପାଖକୁ ଆସିଥିଲା ବ୍ୟାକ୍ ଟୁବ୍ୟାକ୍ ଫିଲ୍ମର ଅଫର । ଶତ୍ରୁ ସଂହାର, ଶୁଭ ବିବାହ, ଆସିବୁ କେବେ ସାଜି ମୋ ରାଣୀ, ଆ ଲୋ ମୋର କଣ୍ଢେଇ, ସପଥ, ହରିଓମ୍ ହରି, ଅଗସ୍ତ୍ୟା ଭଳି ଅନେକ ଦମଦାର ଫିଲ୍ମରେ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।

୨୦୧୭ରେ ରିଲିଜ ହୋଇଥିବା ତାଙ୍କ ସୁପରହିଟ ମୁଭି ‘ଜଷ୍ଟ୍ ମହୋଁବତ୍’ରେ ଦର୍ଶକ ବେଶ୍ ପସନ୍ଦ କରିଥିଲେ ଆକାଶଙ୍କୁ । ଏଥିରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ଆକାଶ । ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ଭାବରେ ଏହା ଓଡିଆ ଦର୍ଶକଙ୍କୁ ପସନ୍ଦ ଆସିବା ସହ ଏହାର ଗୀତ ଗୁଡିକ ମଧ୍ୟ ବେଶ୍ ସୁପରହିଟ୍ ହୋଇଥିଲା । ୨୦୧୪ରେ ଆକାଶ ଯୋଗ ଦେଇଥିଲେ ରାଜନୀତିରେ । ଅଭିନୟ ସହ ନିଜ ପଲିଟିକାଲ କ୍ୟାରିୟରରେ ବି ଖୁବ୍ ସଫଳତା ପାଇଛନ୍ତି ଆକାଶ । ତେବେ ଶେଷଥର ପାଇଁ ସେ ୨୦୧୯ରେ ଫିଲ୍ମ ‘ହିରୋଗିରି’ରେ ନଜର ଆସିଥିଲେ । ଆଗକୁ ସେ ପୁଣି କେବେ ପରଦାରେ ନଜର ଆସିବେ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା