Masthead

ମାଓବାଦୀଙ୍କ ଭୟରରେ ବନ୍ଦ ଥିଲା ମନ୍ଦିର, ୨୧ ବର୍ଷ ପରେ ଖୋଲିଲା

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଆସୁଛି ଶ୍ରୀରାମ ନବମୀ । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ । ଚାରିଆଡ଼େ ଖୁସିର ମାହୋଲ । ଆଉ ଏବେ ୨୧ ବର୍ଷ ହେବ ବନ୍ଦ ଥିବା ରାମ ମନ୍ଦିର ଖୋଲିଛି । ଶ୍ରୀରାମଙ୍କୁ ପୂଜା କରାଯାଇଛି । ମାଓବାଦୀଙ୍କ ଭୟରେ ବନ୍ଦ ରହିଥିଲା ଏହି ରାମ ମନ୍ଦିର । ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣ ପୂଜା ପାଉଥିଲେ । ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର।

ମାଓ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲାଯିବା ସହ ସେଠାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ବାସିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି ସିଆରପିଏଫ ଯବାନ। ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ଶହୀଦ ହୋଇଥିଲେ। ୨୦୧୧ରେ ମଧ୍ୟ ଉକ୍ତ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ୨୨ ଜଣ ଯବାନ ଶହୀଦ ହୋଇଥିଲେ। ଏଠାରେ ମାଓବାଦୀଙ୍କ ଚେତାବନୀ କାରଣରୁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ।

ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା। ତଥାପି ଜଣେ ଗ୍ରାମବାସୀ ସବୁଦିନ ଲୁଚିଛପି ଯାଇ ମନ୍ଦିର ବାହାରେ ଦୀପଟିଏ ଜାଳୁଥିଲେ। ଦିନେ ନା ଦିନେ ମନ୍ଦିର ଖୋଲିବ ଏହା ତାଙ୍କର ବିଶ୍ୱାସ ଥିଲା। ଶଷରେ ସେହି ବିଶ୍ୱାସ ଜିତିଛି। ଦେବଦୂତ ଭଳି କମ୍ବିଂ ଅପରେସନ ପରେ ମନ୍ଦିରରେ ପହଞ୍ଚି ଦ୍ୱାର ଖୋଲିବା ସହ ପୂଜାର୍ଚ୍ଚନା କରିଛନ୍ତି ସିଆରପିଏଫ ଯବାନ। ଏହାସହ ପ୍ରତିଦିନ ପୂଜା କରିବାକୁ ଲୋକଙ୍କୁ ମନ୍ଦିର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା