ମାଓବାଦୀଙ୍କ ଭୟରରେ ବନ୍ଦ ଥିଲା ମନ୍ଦିର, ୨୧ ବର୍ଷ ପରେ ଖୋଲିଲା

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଆସୁଛି ଶ୍ରୀରାମ ନବମୀ । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ । ଚାରିଆଡ଼େ ଖୁସିର ମାହୋଲ । ଆଉ ଏବେ ୨୧ ବର୍ଷ ହେବ ବନ୍ଦ ଥିବା ରାମ ମନ୍ଦିର ଖୋଲିଛି । ଶ୍ରୀରାମଙ୍କୁ ପୂଜା କରାଯାଇଛି । ମାଓବାଦୀଙ୍କ ଭୟରେ ବନ୍ଦ ରହିଥିଲା ଏହି ରାମ ମନ୍ଦିର । ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣ ପୂଜା ପାଉଥିଲେ । ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର।

ମାଓ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲାଯିବା ସହ ସେଠାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ବାସିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି ସିଆରପିଏଫ ଯବାନ। ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ଶହୀଦ ହୋଇଥିଲେ। ୨୦୧୧ରେ ମଧ୍ୟ ଉକ୍ତ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ୨୨ ଜଣ ଯବାନ ଶହୀଦ ହୋଇଥିଲେ। ଏଠାରେ ମାଓବାଦୀଙ୍କ ଚେତାବନୀ କାରଣରୁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ।

ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା। ତଥାପି ଜଣେ ଗ୍ରାମବାସୀ ସବୁଦିନ ଲୁଚିଛପି ଯାଇ ମନ୍ଦିର ବାହାରେ ଦୀପଟିଏ ଜାଳୁଥିଲେ। ଦିନେ ନା ଦିନେ ମନ୍ଦିର ଖୋଲିବ ଏହା ତାଙ୍କର ବିଶ୍ୱାସ ଥିଲା। ଶଷରେ ସେହି ବିଶ୍ୱାସ ଜିତିଛି। ଦେବଦୂତ ଭଳି କମ୍ବିଂ ଅପରେସନ ପରେ ମନ୍ଦିରରେ ପହଞ୍ଚି ଦ୍ୱାର ଖୋଲିବା ସହ ପୂଜାର୍ଚ୍ଚନା କରିଛନ୍ତି ସିଆରପିଏଫ ଯବାନ। ଏହାସହ ପ୍ରତିଦିନ ପୂଜା କରିବାକୁ ଲୋକଙ୍କୁ ମନ୍ଦିର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ