Before Header

ବାଜପେୟୀଙ୍କ ଜୟନ୍ତୀରେ ପଢ଼ନ୍ତୁ ତାଙ୍କର ଅମର ବାଣୀ..

0 106

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଦେଶବ୍ୟାପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଭାରତ ରତ୍ନ ତଥା ପଦ୍ମବିଭୂଷଣ ଉପାଧି ପ୍ରାପ୍ତ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ବର୍ଷ ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ତାଙ୍କୁ ମନେପକାଉଛି । ଅଟଳ ବିହାରୀ ବାଜପେୟୀ ୨୫ ଡ଼ିସେମ୍ବର ୧୯୨୪ ରେ ଜନ୍ମ ଗ୍ରହଣ କରି ୨୦୧୮ ମସିହା ଅଗଷ୍ଟ ୧୬ ରେ ଇହଧାମ ତ୍ୟାଗ କରିଥିଲେ । ଭାରତୀୟ ଜନତା ପାର୍ଟିର ଜଣେ ଆଗଧାଡ଼ିର ରାଜନେତା ହିସାବରେ ସେ ଖୁବ ସକ୍ରିୟ ଥିଲେ । ଦଳର ପ୍ରିୟ ନେତା ଥିଲେ । ଭାରତ ରାଜନୈତିକ ଇତିହାସରେ ତାଙ୍କ ବ୍ୟକ୍ତିତ୍ୱ ଶିଖର ଉପରେ ଥିଲା।

ବିଜେପିରୁ ପ୍ରଥମ ସଦସ୍ୟ ରୂପେ ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ରୂପେ ଦେଶ ଭାର ସମ୍ଭାଳି ଥିଲେ । ତାଙ୍କର ଉଚ୍ଚକୋଟିର ବ୍ୟବହାର ପାଇଁ ରାଜନେତା ଭାବେ ଯେତିକି ଲୋକପ୍ରିୟ ଥିଲେ ଜଣେ କବି ତଥା ଲେଖକ ଭାବେ ସେତିକି ପରିଚିତ ଥିଲେ । ତାଙ୍କର ଅନେକ କବିତା ରହିଛି ଯାହା ଲୋକମାନଙ୍କର ଅନେକ ପସନ୍ଦ । ନିଜ କବିତାର ବାଣରେ ସେ ନିଜ ବିରୋଧଙ୍କୁ ମଧ୍ୟ ଚୁପ କରିଦେଉଥିଲେ । ସାଧାରଣତଃ ଏହା ଯୁବବର୍ଗଙ୍କୁ ଅଧିକ ପ୍ରେରଣା ଦେଇଥାଏ । ତାଙ୍କର କିଛି ଡ଼ାୟଲଗ ଅଛି ଯାହାକୁ ସେ ତାଙ୍କ ରାଜନୀତି କ୍ୟାରିୟରରେ ଅମୋଘ ଅସ୍ତ୍ର ରୂପେ ପ୍ରୟୋଗ କରୁଥିଲେ । ଯେମିତିକି,

ସତା କା ଖେଲ ଚଲେଗା – ଅର୍ଥାତ ସରକାର ଆସିବ ଯିବ । ପାର୍ଟି ବନିବ ଆଉ ଭାଙ୍ଗିବ : ମାତ୍ର ଏ ଦେଶ ରହିବ । ୧୯୯୬ ମସିହାରେ ଦେଇଥିବା ଏହି କ୍ୟାପସନ ନିଜ ସରକାରକୁ ସମ୍ମାନ ଦେବାକୁ ଯାଇ କହିଥିଲେ ।

ନିଜ ରାଜନୀତି କ୍ୟାରିୟରରେ ଲେଖିଥିବା ଅନେକ ଡ଼ାୟଲଗ ମଧ୍ୟରୁ କିଛିଟା ସମସ୍ତଙ୍କ ପସନ୍ଦ ଆସିଥିଲା, ଯାହା ସମସ୍ତଙ୍କୁ ଏବେବି ପ୍ରେରଣା ଯୋଗାଏ । ଚାଲନ୍ତୁ ଜାଣିବା ସେ ବିଷୟରେ :-

ଅଚ୍ଛେ ମନ ସେ କୋଇ ବଡ଼ା ନହି ହୋତା , ଟୁଟେ ମନ ସେ କୋଇ ଖଡ଼ା ନହି ହୋତା ।

 

ହମ ଅହିଂସା ମେ ଆସ୍ଥା ରଖତେ ହେ, ଅର ଚାହତେ ହେ କି ବିଶ୍ୱ କେ ସଂଘର୍ଷୋ କା ସମାଧାନ ଶାନ୍ତି ଅର ସମଝୋତା କେ ମାର୍ଗ ସେ ହୋ ।

 

ହମ ଦୋସ୍ତ ବଦଲ ସକତେ ହେ ପଡ଼ୋଶୀ ନହି ।

 

ଅସ୍ୱୃଶ୍ୟତା କାନୁନ କା ବିରୁଦ୍ଧ ହୀ ନହି, ବଲକି ପରାମାତ୍ମା ତଥା ମାନବତା କେ ବିରୁଦ୍ଧ ଭି ଏକ ଗମ୍ଭୀର ଅପରାଧ ହେ ।

 

ଲକ୍ଷ କେ ଲିୟେ କି ଗୟି କଡ଼ି ମେହନତ କଭି ଭି ଆପ ପର ଥକାନ ନହି ଲାତି, ବୋ ଆପକେ ଲିୟେ ସନ୍ତୋଷ ହି ଲାତେ ହେ ।

 

ମେ ୟାହାଁ ୱାଦେ ଲେକର ନହି ଇରାଦେ ଲେକର ଆୟା ହୁଁ ।

 

ମେ ମରନେସେ ନହି ଡ଼ରତା ହୁଁ, ବଲକି ବଦନାମ ହୋନେସେ ଡ଼ରତା ହୁଁ ।

 

ଜୀବନ ଏକ ଫୁଲ କେ ସମାନ ହେ, ଇସେ ପୁରୀ ତାକତ କେ ସାଥ ଖିଲାଓ ।

 

ହମାରେ ପଡ଼ୋଶୀ କେହେତେ ହେ କି ଏକ ହାତ ସେ ତାଲି ନହି ବଜ ସକତି, ହମନେ କହା ଚୁଟକୀ ତୋ ବଜ ସକତି ହେ ।

ଏହି ଭଳି ଅନେକ ଫେମସ ଡ଼ାୟଲଗ ରହିଛି ଯାହା ଏବେବି ରାଜନେତାଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କର ଉପସ୍ଥିତିକୁ ମନେପକାଉଛି । ତେବେ ଏହି ଦିନକୁ ମନେ ରଖିବା ପାଇଁ ନରେନ୍ଦ୍ର ମୋଦୀ ୨୦୧୪ ରେ ଏହି ଦିନକୁ Good Governance Day (ଉତ୍ତମ ଶାସନ ଦିବସ) ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.