Masthead

୪୨ ବର୍ଷରେ କ୍ୟାପଟେନ କୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ପାଇଁ ଆଜିର ଦିନଟି ବହୁତ ଖାସ । ଦୁନିଆର ଅନ୍ୟତମ ଶ୍ରେଷ୍ଠ ତଥା ଲୋକପ୍ରିୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଜି ଜନ୍ମଦିନ । ବିଶ୍ବର ସବୁଠାରୁ ସଫଳତମ ଅଧିନାୟକଙ୍କ ଜନ୍ମଦିନ ପାଇଁ ସାରା ବିଶ୍ବରୁ ଆସିଛି ଶୁଭେଚ୍ଛାର ବାର୍ତ୍ତା । ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନି ୪୨ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସେସବୁ ସଫଳତା ହାସଲ କରିଛି, ଯାହା ଦୁନିଆର କୌଣସି ଅଧିନାୟକ ତାହା କରିପାରିନାହାନ୍ତି ।

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ଜିତିଛି । ସେହିପରି ୨୦୦ ଦିନିକିଆରେ ଧୋନି ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ ୭୧ ଟି-୨୦ ମ୍ୟାଚରେ ୪୧ଟି ବିଜୟ ହାସଲ କରିଛନ୍ତି । କେବଳ ସେତିକି ନୁହେଁ, ଆଇପିଏଲରେ ମଧ୍ୟ ଧୋନି ସବୁଠାରୁ ସଫଳ ଅଧିନାୟକ ଭାବେ ୫ଟି ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା