Before Header

ଖାଲି କ୍ରିକେଟ ନୁହଁ, ବ୍ୟବସାୟରେ ମଧ୍ୟ ସଫଳ କ୍ୟାପଟେନ କୁଲ

0 118

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କର ଆଜି ଜନ୍ମଦିନ । କ୍ରିକେଟ୍ ଦୁନିଆରେ ଏମ୍ଏସ୍ ଧୋନିଙ୍କୁ କିଏ ବା ନ ଜାଣେ । ବିଶ୍ବ କ୍ରିକେଟ ଜଗତରେ ମହାନ ଖେଳାଳି ମାନଙ୍କ ମଧ୍ୟରେ ଗଣତି ହୁଅନ୍ତି ମାହି । ଚଳିତ ବର୍ଷ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପଞ୍ଚମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରେ ଚାମ୍ପିୟନ ହୋଇଥିଲା। ଧୋନିଙ୍କୁ ‘କ୍ୟାପଟେନ୍ କୁଲ୍’ ଭାବରେ ସମସ୍ତେ ଜାଣନ୍ତି, କିନ୍ତୁ ସେ ଖେଳାଳୀ ହେବା ବ୍ୟତୀତ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ଏମଏସ ଧୋନିଙ୍କର କୋଟି ମୂଲ୍ୟର ସମ୍ପତ୍ତି, ବିଳାସପୂର୍ଣ୍ଣ ଘର, କାର ଏବଂ ବିଶ୍ବର ବିଭିନ୍ନ ବ୍ରାଣ୍ଡର ବାଇକ ସଂଗ୍ରହର କଲେକ୍ସନ ରହିଛି । ମାହି ବିଶ୍ବର ଧନୀ କ୍ରୀଡ଼ାବିତଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା ଏମଏସ ଧୋନିଙ୍କ ଆୟ କେତେ, ଏବଂ ସେ କେତେ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ।

ଏମଏସ ଧୋନିଙ୍କ ବିଳାସପୂର୍ଣ୍ଣ ଘର

ମହେନ୍ଦ୍ର ସିଂ ଧୋନି ରାଞ୍ଚିର ବାସିନ୍ଦା। ତାଙ୍କ ଜନ୍ମ ମାଟିରେ ଏକ ରାଜ ପ୍ରାସାଦ ଭଳି ବଙ୍ଗଳା ରହିଛି । ୨୦୧୭ ମସିହାରେ, ଧୋନି ଏହି ବଙ୍ଗଳାକୁ ସ୍ଥାନାନ୍ତର ହୋଇଥିଲେ । ତାଙ୍କ ଘରର ନାମ ହେଉଛି ‘କୈଲାଶପତୀ’। ଏହାପୂର୍ବରୁ ଧୋନି ରାଞ୍ଚିର ହରମୁ ହାଉସିଂରେ ଏକ ତିନି ମହଲା ଘରେ ରହୁଥିଲେ। ଧୋନିଙ୍କର ମୁମ୍ବାଇରେ ମଧ୍ୟ ଏକ ବଙ୍ଗଳା ରହିଛି । ଏହା ବ୍ୟତୀତ ଧୋନିଙ୍କ ଦେହରାଦୁନରେ ଏକ ସୁନ୍ଦର ବଙ୍ଗଳା ମଧ୍ୟ ରହିଛି, ଯାହା ସେ ୨୦୧୧ ମସିହାରେ ପ୍ରାୟ ୧୭.୮ କୋଟି ଟଙ୍କାରେ କିଣିଥିଲେ।

ଏମଏସ ଧୋନିଙ୍କ କାର ଏବଂ ବାଇକ
ମାହି ବାଇକକୁ ଭଲ ପାଆନ୍ତି। ତାଙ୍କ ବାଇକ୍ କଲେକ୍ସନରେ ଅନେକ ମହଙ୍ଗା ଦୁଇ ଚକିଆ ଯାନ ରହିଛି। ତାଙ୍କ ବାଇକରେ କନଫେଡରେଟ୍ ହେଲକେଟ୍ X32, ହାର୍ଲି ଡେଭିଡସନ୍ ଫ୍ୟାଟ୍ ବଏ, କାୱାସାକି ନିଞ୍ଜା H2 ଅନ୍ତର୍ଭୁକ୍ତ । ମାହିଙ୍କ ପ୍ରଥମ ବାଇକ୍ ଥିଲା ୟାମାହା ଆରଡି ୩୫୦। ତେବେ ତାଙ୍କର ବହୁତ ଲଗଜୁରିଅସ କାରର ମଧ୍ୟ କଲେକ୍ସନ ରହିଛି, ହାମର H2 , ନିସାନ ଜୋଙ୍ଗା, ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ୍, ଲ୍ୟାଣ୍ଡ ରୋଭର ଫ୍ରିଲାଣ୍ଡର୍ ୨, ଅଡି Q7  ଆଦି ଗାଡି ତାଙ୍କ ବଙ୍ଗଳାରେ ସୁସଜ୍ଜିତ ହୋଇଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା।

 

ଧୋନିଙ୍କ ରୋଜଗାର 
ମାହି କ୍ରିକେଟ୍ ମ୍ୟାଚ୍ ରୁ ବଡ ଅର୍ଥ ରୋଜଗାର କରନ୍ତି । ଭାରତୀୟ ଦଳର ଅଧିନାୟକତ୍ୱ ଛାଡିବା ପୂର୍ବରୁ ଧୋନି ପ୍ରତି ମ୍ୟାଚ୍ ପାଇଁ ଏକ କୋଟି ଟଙ୍କା ପାଉଥିଲେ। ଆଇପିଏଲରେ ସିଏସକେ ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ମାହିଙ୍କୁ ୧୨ କୋଟି ଟଙ୍କା ମିଳିଥାଏ । ଏହା ବ୍ୟତୀତ ସେ ଦାମୀ ବିଜ୍ଞାପନରୁ ମଧ୍ୟ ବଡ଼ ଟଙ୍କା ରୋଜଗାର କରନ୍ତି | ଧୋନି ଏକ ଟିଭି ବ୍ୟବସାୟ ପାଇଁ ୩.୫ କୋଟିରୁ ୬ କୋଟି ଚାର୍ଜ କରନ୍ତି । ଧୋନି ବାର୍ଷିକ ୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି ।


ଏମଏସ ଧୋନିଙ୍କ କମ୍ପାନୀ
ଧୋନିଙ୍କ ରିତି ସ୍ପୋର୍ଟସ ନାମକ ଏକ ମ୍ୟାନେଜମେଣ୍ଟ କମ୍ପାନୀ ରହିଛି । ଏହି କମ୍ପାନୀ ଦୁନିଆର ଅନେକ କିମ୍ବଦନ୍ତୀ ଖେଳାଳିଙ୍କ ପରିଚାଳନା କାର୍ଯ୍ୟ ସମ୍ଭାଳନ୍ତି । ମାହିଙ୍କ ଏକ ପୋଷାକ ବ୍ରାଣ୍ଡ କମ୍ପାନୀ ମଧ୍ୟ ଅଛି । ଏଥିସହ ଧୋନି ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି। ଏହା ଛଡ଼ା ଏମଏସ ଧୋନି ହେଉଛନ୍ତି ଏକ ଫିଟନେସ କମ୍ପାନୀର ମାଲିକ । ଏହାକୁ ଛାଡିଦେଲେ ଧୋନି ହକି ଏବଂ ଫୁଟବଲ ଦଳରେ ବିନିଯୋଗ କରିଛନ୍ତି। ଧୋନି ବାଙ୍ଗାଲୋରରେ ‘ଏମଏସ ଧୋନି ଗ୍ଲୋବାଲ ସ୍କୁଲ ଇଂରାଜୀ ମଧ୍ୟମ’ ନାମକ ଏକ ବିଦ୍ୟାଳୟ ଆରମ୍ଭ କରିଥିଲେ। ଧୋନିଙ୍କର ଏକ ଡ୍ରୋନ୍ କମ୍ପାନୀ ଏବଂ ଏକ ଖାଦ୍ୟ କମ୍ପାନୀରେ ମଧ୍ୟ ରହିଛି । ଧୋନିଙ୍କ ରାଞ୍ଚିରେ ଏକ ହୋଟେଲ ଅଛି ଯାହାର ନାମ ମାହି ରେସିଡେନ୍ସି । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନିଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ ତାଙ୍କର ପ୍ରାୟ ୧୦୩୦ କୋଟି ଟଙ୍କା ସମ୍ପତ୍ତି ରହିଛି।

Leave A Reply

Your email address will not be published.