Before Header

ବାଲୁକାକଳାରେ ଅଣ୍ଡା ଦିବସର ଶୁଭେଚ୍ଛା

0 44

ପୁରୀ(ବଡ଼ ଖବର ବ୍ୟୁରୋ): ବିଶ୍ୱ ଅଣ୍ଡା ଦିବସରେ ଅଣ୍ଡାଦିବସର ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କ୍ଷ ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ । ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ତଥା ଅକ୍ଟୋବର ୧୩କୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ ।

ଏହି ଦିନର ଉଦ୍ଦେଶ୍ୟ ପୋଷଣ ସମ୍ବନ୍ଧୀୟ ପାୱାରହାଉସର ମହତ୍ତ୍ୱକୁ ଚିହ୍ନିତ କରିବା ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଯେ ଅଣ୍ଡା କେତେ ଗୁରୁତ୍ୱପୂର୍ଣ୍ଣ। ଏ ନେଇ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି କ୍ଷ ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.