Masthead

ହାଥରସ ମାମଲା: ମିଛ କହୁଥିଲେ ଏସପି, ଡିଏସପି, ଚାକିରିରୁ ନିଲମ୍ବନ କଲେ ୟୁପି ସରକାର

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲା ଏବେ ରୋଚକ ମୋଡ଼ ନେଇଛି । ପ୍ରାଥମିକ ତଦନ୍ତ ଆଧାରରେ ରାଜ୍ୟ ସରକାର ହାଥରସ ଏସପି ଓ ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ସ୍ଥାନୀୟ ଥାନାର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କେତେଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ଏଥିସହ ଏସପି ଓ ଡିଏସପିଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରିବାକୁ ମଧ୍ୟ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଗଣବଳାତ୍କାର ମାମଲା ଉତ୍ତରପ୍ରଦେଶ ସରକାରଙ୍କ ଭାବମୂର୍ତ୍ତିରେ କାଳି ବୋଳି ଦେଇଛି ।

ଗତ ୧୪ ତାରିଖରେ ହାଥରସର ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ପୀଡ଼ିତାଙ୍କ ଜିଭ କାଟିଦେବା ସହ ବେକ ଓ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହାଥରସର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀ ନିର୍ଭୟା ଘଟଣା ସହିତ ଏହି ଘଟଣାକୁ ତୁଳନା କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିଥିଲା । ମାତ୍ର ପୀଡ଼ିତାଙ୍କ ସହ ଗଣବଳାତ୍କାର ହୋଇ ନ ଥିଲା ବୋଲି ହାଥରସ ଏସପି ବିକ୍ରାନ୍ତ ବୀର ଏକ ବୟାନରେ ପ୍ରକାଶ କରିଥିଲେ ।

ସେହିପରି ପୋଲିସ ବିଳମ୍ବରେ ମାମଲା ରୁଜୁ କରିବା, ପୀଡ଼ିତାଙ୍କ ମୃତଦେହକୁ ପୋଲିସ ତରବରିଆ ଭାବେ ପରିବାର ଲୋକଙ୍କ ଅନୁପସ୍ଥିତିରେ ରାତିଅଧରେ ଦାହ କରିବା ଆଦି ସଙ୍ଗିନ ଅଭିଯୋଗମାନ ରହିଥିଲା । ପୀଡ଼ିତାଙ୍କ ଗାଁକୁ ଗଣମାଧ୍ୟମ ପ୍ରତିନିଧି ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ଛାଡ଼ି ନ ଥିଲା । ଏ ସବୁ ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୟୁପି ସରକାର ଚାପରେ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ