Before Header

ସୁସ୍ଥ ହେଲେ ୪୦୪୮ କରୋନା ଆକ୍ରାନ୍ତ

0 132

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ୩୬୦୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୦୪୮ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ୪୦୪୮ ଜଣ ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ରାଜ୍ୟ ପାଇଁ ଏକ ଆଶ୍ୱସ୍ଥିକର ଖବର ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା ଆକ୍ରାକ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬୬ଜଣ, ପୁରୀରୁ ୧୯୫, ଯାଜପୁରରୁ ୧୭୬ଜଣ, ଅନୁଗୁଳରୁ ୧୬୭ଜଣ, କନ୍ଧମାଳରୁ ୧୪୬ଜଣ, କେନ୍ଦ୍ରାପଡ଼ାରୁ ୧୪୨ଜଣ, ନବରଙ୍ଗପୁରରୁ ୧୩୩ଜଣ, ଜଗତସିଂହପୁରରୁ ୧୩୦ଜଣ, ଭଦ୍ରକରୁ ୧୧୮ଜଣ, ବାଲେଶ୍ୱରରୁ ୧୧୫ଜଣ, ସମ୍ବଲପୁରରୁ ୧୧୧ଜଣ, ମୟୁରଭଞ୍ଜରୁ ୧୦୮ଜଣ, କେନ୍ଦୁଝରରୁ ୧୦୭ଜଣ, ବରଗଡ଼ରୁ ୧୦୬ ଜଣ, ନୂଆପଡ଼ାରୁ ୧୦୧ଜଣ, ରାୟଗଡ଼ାରୁ ୯୯ଜଣ, ସୁନ୍ଦରଗଡ଼ରୁ ୯୮ଜଣ, ଝାରସୁଗୁଡ଼ାରୁ ୮୧ଜଣ, କୋରାପୁଟରୁ ୬୪ଜଣ, ସୋନପୁରରୁ ୬୧ଜଣ, କଳାହାଣ୍ଡିରୁ ୫୩ଜଣ, ମାଲକାନାଗିରିରୁ ୪୮ଜଣ, ନୟାଗଡ଼ରୁ ୪୬ଜଣ, ବଲାଙ୍ଗୀରରୁ ୪୫ଜଣ, ଗଞ୍ଜାମରୁ ୩୯ଜଣ, ବୌଦ୍ଧରୁ ୩୫ଜଣ, ଢେଙ୍କାନାଳରୁ ୩୩ଜଣ, ଦେବଗଡ଼ରୁ ୧୬ଜଣ, ଗଜପତିରୁ ୧୩ଜଣ, ଷ୍ଟେଟ ପୁଲରୁ ୩୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

 

Leave A Reply

Your email address will not be published.