Masthead

ରାହୁଲଙ୍କ ସହ ନୀତିଶଙ୍କ ସାକ୍ଷାତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ତେଜସ୍ୱୀ ଯାଦବ ଯୋଗ ଦେଇଥିଲେ।

ଏହି ସଭାରେ ଜେଡିୟୁ ସଭାପତି ରାଜୀବ ରଂଜନ ସିଂ, ଆରଜେଡି ରାଜ୍ୟସଭା ସାଂସଦ ମନୋଜ କୁମାର ଏବଂ କଂଗ୍ରେସ ନେତା ସଲମାନ ଖୁରସିଦ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମଙ୍ଗଳବାର ନୀତିଶ ଲାଲୁ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆଲୋଚନା ଜୋର ଧରିଛି । ନୀତିଶ ଲଗାତାର ଭାବେ ବିଜେପି ବିରୋଧରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଏହି ଭେଟ ବେଳେ ସାମ୍ପ୍ରତିକ ରାଜନୀତି ଉପରେ ଆଲୋଚନା ହୋଇଥିବା କଥା କୁହାଯାଉଛି ।ସେପଟେ ରାହୁଲ କହିଛନ୍ତି, ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ବିରୋଧୀଙ୍କ ଦୃଷ୍ଟିକୋଣ ଯାହା ବି ହେଉ, ଆମେ ଏହାକୁ ବିକାଶ କରିବୁ ଏବଂ ଆଦର୍ଶବାଦୀ ଯୁଦ୍ଧରେ ଯେକୌଣସି ଦଳ ଆମ ସହ ଏକାଠି ହେବାକୁ ଚାହିଁବେ, ଆମେ ସେମାନଙ୍କୁ ନେଇ ଚାଲିବୁ। ଦେଶ ଓ ଦେଶର ଗଣତନ୍ତ୍ର ଉପରେ ଯେଉଁ ଆକ୍ରମଣ ହେଉଛି ତା ବିରୋଧରେ ବିରୋଧୀ ଜାରି ରଖିବେ ଲଢ଼େଇ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି