ବିଗ୍ ବି @ ୭୮

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରୀ ଡେଙ୍ଗା, କର୍କଶ ସ୍ୱର, ଅଭିନୟ ପାଇଁ ଯୋଗ୍ୟ ନୁହନ୍ତି କୁହାଯାଉଥିଲା । କିଏ ଭାବିଥିଲା ଏଇ ଅଡ୍ ଫିଗର ବାବୁଜଣକ ଦିନେ ଫିଲ୍ମ ଇଣ୍ଡଷ୍ଟ୍ରିଜର ନାମକରା ସୁପର ଷ୍ଟାର ହେବେ । ସେହି ଚର୍ଚ୍ଚିତ ଚେହେରା ‘ସୋଲେ’ର ଜୟ । ସେ ହେଉଛନ୍ତି ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ ଆଜି ବି ବଲିଉଡର ସବୁଠାରୁ ନାମୀଦାମୀ ନାମ । ଅମିତାଭ ହରିବଂଶ ବଚ୍ଚନ ୧୯୪୨ ଆଜିର ଦିନରେ ଜନ୍ମଲାଭ କରିଥିଲେ । ସେ ହେଉଛନ୍ତି ଜଣେ ଆକ୍ଟର, ଟେଲିଭିଜନ୍ ହୋଷ୍ଟ୍ ଏକଦା ରାଜନେତା ମଧ୍ୟ ଥିଲେ । ବଲିଓଡ ତାଙ୍କୁ ବିଗ୍ ବି’ର ପରିଚୟ ଦେଇଛି । ବିଗ୍ ବି, ଏତେସବୁ ଛାପ ଗୋଟିଏ ଦିନରେ ପାଇନାହାନ୍ତି । ଆଙ୍ଗ୍ରି ୟଙ୍ଗମ୍ୟାନ୍ ରୁ ୱାନ ମ୍ୟାନ୍ ଇଣ୍ଡଷ୍ଟ୍ରିଙ୍କ ସଫଳତା ବଖାଣିଥାଏ । ଆହ୍ଲାବାଦରେ ଜନ୍ମିତ ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନ ଜଣେ ହିନ୍ଦୁ ଥିବାବେଳେ ମାଆ ତେଜା ବଚ୍ଚନ ଜଣେ ଶିଖ୍ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଜନ୍ମ କାରଣରୁ ଅମିତାଭଙ୍କ ନାମ ଇନକ୍ଲାଭ, କିନ୍ତୁ ତାଙ୍କ ବାପାଙ୍କ କିଛି କବିବନ୍ଧୁ ଅମିତାଭ ନାମକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ଅମିତାଭର ଅର୍ଥ ହେଉଛି ଯେଉଁ ଆଲୋକ କେବେ ଲିଭେ ନାହିଁ । ଶେଷରେ ବନ୍ଧୁମାନଙ୍କ କଥା ହିଁ ରହିଥିଲା । ନୈନିତାଲର ସେରଉଡ୍ କଲେଜରେ ଶିକ୍ଷା ପରେ କିରୋରି ମଲ୍ଲ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଅମିତାଭ । ପରିବାରରେ ତାଙ୍କ ମାଆଙ୍କ ଥିଏଟରରେ ଆଗ୍ରହ ଥିବା ବେଳେ ଫିଚର ଫିଲ୍ମରେ ରୋଲ କରିବାର ସୁଯୋଗ ମିଳିଥିଲେ ମଧ୍ୟ ସେ କରିନଥିଲେ । କିନ୍ତୁ ଅମିତାଭଙ୍କୁ ଅଭିନୟର ସୁଯୋଗ ସୃଷ୍ଟିରେ ପ୍ରମୁଖ ଭୂମିକା ନେଇଥିଲେ ମାଆ ତେଜା ।

ଅମିତାଭ ଅଭିନେତ୍ରୀ ଜୟା ଭାଦୁଡିଙ୍କୁ ବିବାହ କରିଥିଲେ । ପରିବାର କହିଲେ ପୁଅ ଅଭିଷେକ, ଝିଅ ଶ୍ୱେତା । ଦୁହେଁ ବିବାହ କରିସାରିଛନ୍ତି । ଅଭିନେତ୍ରୀ ଐଶ୍ୱର୍ଯ୍ୟା ଏଇ ପରିବାରର ବୋହୂ । ଅମିତାଭ ବଚ୍ଚନ ତ୍ରିକୋଣୀୟ ପ୍ରେମରେ ପଡିବା ଘଟଣା ଆଜି ବି ଚର୍ଚ୍ଚିତ । ଅଭିନେତ୍ରୀ ରେଖାଙ୍କ ପ୍ରେମରେ ପଡିଥିଲେ ଅମିତାଭ । ତାଙ୍କୁ ଲୁଚାଛପାରେ ବିବାହ କରିଥିବା ଏବେ ମଧ୍ୟ ଚର୍ଚ୍ଚା ହୁଏ ।

ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ‘ସୋଲେ, ଦିୱାର, ଜଞ୍ଜିିର, ସିଲସିଲା, କୁଲି ଭଳି ଭିନ୍ନ ଭିନ୍ନ ସ୍ୱାଦର ଭିନ୍ନ ବର୍ଗଙ୍କ ପାଇଁ ହିଟ୍ ଫିଲ୍ମ ଦେଇ ଅମିତାଭ ଆଜି ବି ଦଶନ୍ଦି ଦଶନ୍ଦି ଧରି ବଲିଉଡର ମହାନାୟକର ମୁକୁଟ ପିନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’