Masthead

ଆଖିରେ ପଟିବାନ୍ଧି ଦେଖିପାରନ୍ତି ସବୁକିଛି

ଭୁବନ (ବଡ଼ ଖବର ବ୍ୟୁରୋ): ଆଖିରେ ପଟି ବାନ୍ଧି ସମସ୍ତଙ୍କୁ ଚିହ୍ନିବା ସହିତ ପଢିବା ଓ ଲେଖିବାର ସାମର୍ଥ୍ୟ ରହିଛି ଦୁଇ କୁନି ଭାଇଭଉଣୀଙ୍କଠି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୨ ରେ। ଏହି ଓ୍ବାର୍ଡର ବାସିନ୍ଦା ମାନସ ବେଜ ଓ ସ୍ତ୍ରୀ ପ୍ରମିଳା ବେଜଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଝିଅ ନିବେଦିତା ୯ ବର୍ଷ ଓ ପୁଅ ରଶ୍ମିରଞ୍ଜନ ୭ ବର୍ଷଙ୍କୁ ନେଇ ତାଙ୍କର ସୁଖଦୁଃଖର ସଂସାର ।

ଝିଅ ନିବେଦିତା ୪ର୍ଥ ଓ ପୁଅ ରଶ୍ମିରଞ୍ଜନ ୨ୟ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଆଜକୁ ତିନି, ଚାରି ମାସ ତଳେ ଝିଅ ଆଖି ବନ୍ଦ କରି ଦେଖି ପାରୁଥିବାର ଖବର ପାଇଥିଲେ ବାପା ମାଆ। ଫଳରେ ଏହି ଅଲୋକିକ ଶକ୍ତି ସତ କି ମିଛ ପ୍ରମାଣ କରିବାକୁ ବାପାମାଆ ବ୍ୟଗ୍ର ହୋଇପଡିଥିଲେ । ତେଣୁ ଝିଅର ଆଖିରେ ବିଭିନ୍ନ ପ୍ରକାର ରଙ୍ଗର ରୁମାଲ ବାନ୍ଧି ଓଡିଆ ଓ ଇଂରାଜୀ ବହି ପଢାଇଥିଲେ । ଝିଅ ନିବେଦିତା ସବୁକିଛି ଠିକଭାବେ ଲେଖାପଢା କରି ପାରିଥିଲା। ଏହା ପରେ ବାପାଙ୍କ ପରାମର୍ଶକ୍ରମେ ଶିକ୍ଷକ ଟୁଟୁ ରଥ ଭୁବନ ଆସି ନିବେଦିତାକୁ ଆଧ୍ୟାତ୍ମିକ ଶକ୍ତି ଟ୍ରେନିଂ ଦେବା ସହିତ ରଶ୍ମିରଂଜନଙ୍କୁ ମଧ୍ୟ ଶିକ୍ଷାଦାନ ଦେଇଥିଲେ । ଯାହାଫଳରେ ଛାତ୍ରୀ ନିବେଦିତାଙ୍କ ଆଧ୍ୟାତ୍ମିକ ଶକ୍ତି ବଢିବା ସହିତ ରଶ୍ମିରଂଜନଙ୍କର ମଧ୍ୟ ଆଧ୍ୟାତ୍ମିକ ଶକ୍ତି ବଢିବାରେ ଲାଗିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ