Masthead

ତୁର୍କୀରେ ପ୍ରକୃତିର କରାଳ ରୂପ, ୨୦ ହଜାରରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହଜାରରେ ପହଞ୍ଚିଲାଣି। ପ୍ରକୃତି ରଚିଥିବା ବିନାଶ ପରେ ଯାରି ରହିଛି ଉଦ୍ଧାର କାର୍ୟ୍ୟ । ଭାଙ୍ଗି ଯାଇଥିବା ବିଲ୍ଡିଂର ଆବର୍ଜନାରୁ ବାହାରିବାରେ ଲାଗିଛି ମୃତଦେହ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭୂକମ୍ପ କାରଣରୁ ଏପର୍ୟ୍ୟନ୍ତ ତୁର୍କୀରେ ୧୬ ହଜାର ୫୪୬ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ସିରିଆରେ ୩ ହଜାର ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଆଗାମୀ ଦିନରେ ଉଭୟ ଦେଶରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଭୂକମ୍ପ ଯୋଗୁଁ ହୋଇଥିବା ବିନାଶକୁ ଦୃଷ୍ଟିରେ ରଖି ତୁର୍କୀ ସରକାର ଆସନ୍ତା ତିନିମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବକ ଜାତିସଂଘର ସହାୟତା ମୁଖ୍ୟ ମାର୍ଟିନ ଗ୍ରିଫିଥ ଏହି ସପ୍ତାହ ଶେଷରେ ତୁର୍କୀର ଗାଜିଆଣ୍ଟେପ ଓ ସିରିଆର ଆଲେପ୍ପୋ ସହର ପରିଦର୍ଶନ କରିବେ। ମିଳିତ ଜାତିସଂଘ କିପରି ଉଭୟ ଦେଶକୁ କିପରି ସହାୟତା ପ୍ରଦାନ କରିବ ତା ବିଷୟରେ ଅନୁଧ୍ୟାନ କରିବା ପାଇଁ ସେ ସେଠାକୁ ଯିବେ ବୋଲି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ ସୂଚନା ଦେଇଛନ୍ତି ।

ସୂଚନା ଥାଉ କିଗତ ଫେବୃଆରୀ ୬ ତାରିଖରେ ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ତିନୋଟି ପୃଥକ ଭୂକମ୍ପ ଘଟିଥିଲା। ରିଚ୍ଟର ସ୍କେଲରେ ସେମାନଙ୍କର ତୀବ୍ରତା ୭.୮, ୭.୫ ଏବଂ ୬.୦ ରେ ମାପ କରାଯାଇଥିଲା ଜ୍ଝ ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ ହେଲା ଗାଜିଆଣ୍ଟେପ, ଦ୍ୱିତୀୟର କାହରାମନମାର ଏବଂ ତୃତୀୟର ଗୋକସୁନ୍ ଅଞ୍ଚଳ। ୧୯୯୯ ପରଠାରୁ ତୁର୍କୀରେ ଏହା ସବୁଠାରୁ ମର୍ମନ୍ତୁଦ ଭୂକମ୍ପ ଜ୍ଝ ସେତେବେଳେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ