Masthead

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ଥରେ କିମ୍ବା ଦୁଇଥର ନୁହେଁ, ଏହି ଭଦ୍ରଲୋକ ୨୩୮ ନିର୍ବାଚନରେ ହାରିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଅନେକ ଥର ନିର୍ବାଚନରେ ହାରିଯିବା କାରଣରୁ ସେ ବିଶ୍ୱର ସର୍ବବୃହତ ନିର୍ବାଚନ ହାରିଥିବା ଆଖ୍ୟା ମଧ୍ୟ ପାଇଛନ୍ତି।

କେବଳ ଏତିକି ନୁହେଁ, ଲୋକମାନେ ତାଙ୍କୁ ନିର୍ବାଚନ ରାଜା ବା ଇଲେକ୍ସନ କିଙ୍ଗ ବୋଲି ମଧ୍ୟ କହନ୍ତି। ତାଙ୍କ ନାମ କେ ପଦ୍ମରାଜନ। ୬୫ ବର୍ଷୀୟ ଏହି ଟାୟାର ମରାମତି ଦୋକାନର ମାଲିକ ନିଜ ସହର ମେଟୁରରୁ ୧୯୮୮ରେ ପ୍ରଥମେ ନିର୍ବାଚନ ଲଢିବା ଆରମ୍ଭ କରିଥିଲେ। ସେବେଠାରୁ ପଞ୍ଚାୟତଠୁ ଲୋକସଭା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରାର୍ଥୀ ହୋଇଆସୁଛନ୍ତି ପଦ୍ମରାଜନ। ନିର୍ବାଚନରେ ସାଧାରଣ ଲୋକଟିଏ ବି ଭାଗ ନେଇପାରେ, ତାହା ପ୍ରମାଣ କରିବା ପାଇଁ ମୁଁ ଏହି ପ୍ରୟାସ କରୁଥିବା ପଦ୍ମରାଜନ କହିଛନ୍ତି।

ସେ କହିଛନ୍ତି, “ମୋ ପାଇଁ ବିଜୟ ନିର୍ବାଚନରେ ଭାଗନେବାରେ ଅଛି। ବିଫଳ ହେବା ମଧ୍ୟ ଏକ ଖୁସି। କିଏ ଜିତିବ ତାହା ପରବର୍ତ୍ତୀ କଥା। କିଏ ମୋ ବିପକ୍ଷ ପ୍ରତିଦ୍ୱନ୍ଦ୍ୱିତା କରୁଛି ମୁଁ ଖାତିର କରେନି।” ତିନି ଦଶନ୍ଧି ହେବ ନାମାଙ୍କନ ଭରିବା ମଧ୍ୟରେ ପାଖାପାଖି ଏକ ହଜାର ଡଲାର(୮୩,୩୯୫) ଖର୍ଚ୍ଚ କରିଥିବା କହିଛନ୍ତି ପଦ୍ମରାଜନ। ‘ନିର୍ବାଚନ ରାଜା’ ନାମରେ ନାମିତ ପଦ୍ମରାଜନ ୨୦୧୧ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ମେଟୁରରେ ବିଧାନସଭା ନିର୍ବାଚନ ପାଇଁ ଛିଡା ହୋଇଥିଲେ ଏବଂ ୬,୨୭୩ ଖଣ୍ଡ ଭୋଟ୍ ଜିତିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି