Masthead

ବନଉଥିଲେ ରିଲ୍, ଟିସି ଦେଲେ ପ୍ରଧାନଶିକ୍ଷକ

ରାଇଘର(ବଡ଼ ଖବର ବ୍ୟୁରୋ): ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା । ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ ପରେ ଟିସି ଦେଲେ ପ୍ରଧାନଶିକ୍ଷକ । ଗୋଟାଏ ଛାତରୁ ଅନ୍ୟ ଛାତକୁ ଡେଇଁ ବନଉଥିଲେ ରିଲ । ୭ ଜଣ ପିଲାଙ୍କ ନାମରେ ଟିସି ଦେଲେ ପ୍ରଧାନଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲ୍ ଟାଇମ୍ ରେ ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି । ଅନ୍ୟପଟେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସେହି ଛାତ୍ର ମାନଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପରେ ଅବିଭାବକ ମାନେ ଆସି ପିଲାଙ୍କ ପରୀକ୍ଷା ହେବା ପର୍ୟ୍ୟନ୍ତ ପିଲାମାନଙ୍କୁ ସ୍କୁଲରେ ରହିବାକୁ ଅନୁରୋଧ କରିଥିଲେ ।
ସୂଚନା ଅନୁସାରେ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟଙ୍ଗ ମାନଙ୍କ ଏକ କାର୍ୟ୍ୟକ୍ରମ ଚାଲିଥିବା ବେଳେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ । ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍‌ କରିଥିଲେ ।ଏହି ଭୀଡିଓ ବିଷୟରେ ଜାଣିବା ପରେ ପ୍ରଧାନଶିକ୍ଷକ ସୁଶଂକର ମିସ୍ତ୍ରୀ ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଥିଲେ । ଏହି ୭ ଜଣ ଛାତ୍ରଙ୍କ ବାଦେ ବାହାର ବିଦ୍ୟାଳୟର ଛାତ୍ର ମାନେ ବି ସାମିଲ୍ ଥିବା ପ୍ରଧାନଶିକ୍ଷକ କହିଛନ୍ତି ।

ଅପରପକ୍ଷରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବା ଜାଣିପାରି ଅବିଭାବକ ମାନେ ବିଦ୍ୟାଳୟରେ ପହଂଚି ପ୍ରଧାନଶିକ୍ଷକଙ୍କ ନିକଟରେ ନିଜ ନିଜ ପିଲାଙ୍କ ଭୁଲ୍ ସ୍ବୀକାର କରିବା ସହିତ ଅତ୍ୟନ୍ତ ପରୀକ୍ଷା ଦେବା ପର୍ୟ୍ୟନ୍ତ ପିଲାମାନଙ୍କୁ ବାହାର ନ କରିବାକୁ ଅନୁରୋଧ କରିଥିଲେ । ପରେ ଏକ ବୈଠକରେ ସମସ୍ତଙ୍କୁ ଡକାଇ ସମାଧାନ ହେବା ପରେ ପିଲାମାନଙ୍କୁ ସ୍କୁଲରେ ରହିବାକୁ ନିଷ୍ପତି ନିଆଯାଇଥିଲା । ଯଦି ଏହି ବିପଦ ପୁର୍ଣ୍ଣ ଡିଆଁରେ ଛାତ୍ରର କିଛି ଘଟିଥିଲେ ତେବେ ଏଥିପ୍ରତି କିଏ ଦାୟୀ ହୋଇଥାଆନ୍ତେ ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି