Masthead

ବନଉଥିଲେ ରିଲ୍, ଟିସି ଦେଲେ ପ୍ରଧାନଶିକ୍ଷକ

ରାଇଘର(ବଡ଼ ଖବର ବ୍ୟୁରୋ): ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା । ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ ପରେ ଟିସି ଦେଲେ ପ୍ରଧାନଶିକ୍ଷକ । ଗୋଟାଏ ଛାତରୁ ଅନ୍ୟ ଛାତକୁ ଡେଇଁ ବନଉଥିଲେ ରିଲ । ୭ ଜଣ ପିଲାଙ୍କ ନାମରେ ଟିସି ଦେଲେ ପ୍ରଧାନଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲ୍ ଟାଇମ୍ ରେ ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି । ଅନ୍ୟପଟେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସେହି ଛାତ୍ର ମାନଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପରେ ଅବିଭାବକ ମାନେ ଆସି ପିଲାଙ୍କ ପରୀକ୍ଷା ହେବା ପର୍ୟ୍ୟନ୍ତ ପିଲାମାନଙ୍କୁ ସ୍କୁଲରେ ରହିବାକୁ ଅନୁରୋଧ କରିଥିଲେ ।
ସୂଚନା ଅନୁସାରେ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟଙ୍ଗ ମାନଙ୍କ ଏକ କାର୍ୟ୍ୟକ୍ରମ ଚାଲିଥିବା ବେଳେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ । ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍‌ କରିଥିଲେ ।ଏହି ଭୀଡିଓ ବିଷୟରେ ଜାଣିବା ପରେ ପ୍ରଧାନଶିକ୍ଷକ ସୁଶଂକର ମିସ୍ତ୍ରୀ ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଥିଲେ । ଏହି ୭ ଜଣ ଛାତ୍ରଙ୍କ ବାଦେ ବାହାର ବିଦ୍ୟାଳୟର ଛାତ୍ର ମାନେ ବି ସାମିଲ୍ ଥିବା ପ୍ରଧାନଶିକ୍ଷକ କହିଛନ୍ତି ।

ଅପରପକ୍ଷରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବା ଜାଣିପାରି ଅବିଭାବକ ମାନେ ବିଦ୍ୟାଳୟରେ ପହଂଚି ପ୍ରଧାନଶିକ୍ଷକଙ୍କ ନିକଟରେ ନିଜ ନିଜ ପିଲାଙ୍କ ଭୁଲ୍ ସ୍ବୀକାର କରିବା ସହିତ ଅତ୍ୟନ୍ତ ପରୀକ୍ଷା ଦେବା ପର୍ୟ୍ୟନ୍ତ ପିଲାମାନଙ୍କୁ ବାହାର ନ କରିବାକୁ ଅନୁରୋଧ କରିଥିଲେ । ପରେ ଏକ ବୈଠକରେ ସମସ୍ତଙ୍କୁ ଡକାଇ ସମାଧାନ ହେବା ପରେ ପିଲାମାନଙ୍କୁ ସ୍କୁଲରେ ରହିବାକୁ ନିଷ୍ପତି ନିଆଯାଇଥିଲା । ଯଦି ଏହି ବିପଦ ପୁର୍ଣ୍ଣ ଡିଆଁରେ ଛାତ୍ରର କିଛି ଘଟିଥିଲେ ତେବେ ଏଥିପ୍ରତି କିଏ ଦାୟୀ ହୋଇଥାଆନ୍ତେ ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ