ତୈଳ ଉତ୍ତୋଳନର ହବ୍ ପାଲଟିବ ପୁରୀ

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ଗୋପରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ୟ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । କୁଶୁପୁରର ୮ ଏକର ଜମିରେ ଏହି କାର୍ୟ୍ୟ ଚାଲିଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବ । ଅଶୋଧିତ ତେଲର ଯାଞ୍ଚ କରାଯିବ ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ।ତୈଳ ସନ୍ଧାନ ସମ୍ପୂର୍ଣ୍ଣ ପରେ ତୈଳ ଉତ୍ତୋଳନ ହବ ପାଲଟିବ ପୁରୀ ଜିଲ୍ଲାର ଗୋପ ।ସେପଟେ ଏହି ପ୍ରକଳ୍ପ ଦେଶର ତୈଳ ଆବଶ୍ୟକତା ମେଣ୍ଟେଇବା ସହ ସ୍ଥାନୀୟ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଓ ରୋଜଗାର ସୁଯୋଗ ସୃଷ୍ଟି କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!