Masthead

ତାତି ସଙ୍କଟ, ୫୫ ମିଲିୟନରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ(ବଡଖବର ବ୍ୟୁରୋ): ଆମେରିକାରେ ତାତି ସଙ୍କଟ । ଅସହ୍ୟ ଗରମ । ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦେଶର ୫୫ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ ଏକ ହର୍ଟ ଆଲର୍ଟ ଜାରି କରାଯାଇଛି। ସପ୍ତାହେ ମଧ୍ୟରେ ଟେକ୍ସାସ, ଓକାଲୋହୋମା, ନ୍ୟୁ ମେକ୍ସିକୋ ଏବଂ ଅନ୍ୟ ଦକ୍ଷିଣ ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ଅତ୍ୟଧିକ ଉତ୍ତାପ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥିବା କହିଛି ଆମେରିକାର ଜାତୀୟ ପାଣିପାଗ ସେବା । ପଶ୍ଚିମ ଟେକ୍ସାସର ସାନ ଆଞ୍ଜେଲୋରେ ଜୁନ ମାସରେ ତାପମାତ୍ରା ଦୁଇଥର ୧୧୪ ଡିଗ୍ରୀ ଫାରେନହାଇଟ ରେକର୍ଡ କରିଥିଲା, ଯାହା ସର୍ବାଧିକ ରେକର୍ଡ ହୋଇଛି। ସୀମାନ୍ତ ସହର ଡେଲ ରିଓ ପ୍ରଥମ ଥର ପାଇଁ ଏହା ୧୧୫ ଡିଗ୍ରୀ ଫାରେନହାଇଟରେ ପହଞ୍ଚିଛି । ସର୍ବାଧିକ ତାପମାତ୍ରା ୧୨୦ ଡିଗ୍ରୀ ଫାରେନହାଇଟ ମଧ୍ୟରେ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ