Masthead

ଶୁଣିଲାନି ପ୍ରଶାସନ: ଚାନ୍ଦା କରି ରାସ୍ତା ତିଆରି କଲେ ଗ୍ରାମବାସୀ

ଶେରଗଡ଼, (ବଡ଼ ଖବର ବ୍ୟୁରୋ): ଶୁଣିଲାନି ପ୍ରଶାସନ। ଚାନ୍ଦା କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ। ଖାଲି ରାସ୍ତା ନିର୍ମାଣ ନୁହେଁ, ରାସ୍ତାରେ ଅଲୋକୀକରଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ନିଜ ପ୍ରଚେଷ୍ଟାରେ। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମରେ ପ୍ରଶାସନିକ ଉଦାସୀନତାର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ବର୍ଷାରେ ଗ୍ରାମ ରାସ୍ତା ଧୋଇଯିବା ଫଳରେ ରାସ୍ତା ମରାମତି ଓ ଅଲୋକୀକରଣ ପାଇଁ ଗାଁ ଯୁବକମାନେ ସ୍ଥାନୀୟ ସରପଞ୍ଚଙ୍କୁ ୧୫ ଦିନ ପୂର୍ବରୁ କହିଥିଲେ।

କାର୍ତ୍ତିକ ମାସରେ ମନ୍ଦିରକୁ ଯିବାକୁ ଶ୍ରଦ୍ଧାଳୁମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥିବାରୁ ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଏ ନେଇ ଅବଗତ କରିଥିଲେ। ବାରମ୍ବାର ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ବାଧ୍ୟ ହୋଇ ଗାଁରେ ଚାନ୍ଦା କରି ଅଲୋକୀକରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଯୁବକ। ଗ୍ରାମର ଛାଞ୍ଚରାଖଳାଠାରୁ ଗୁଡ଼ି ବନ୍ଧ ଓ ନେଲିଆବନ୍ଧଠାରୁ ଗରୁଡ଼େଶ୍ୱର ମନ୍ଦିର ପର୍ୟ୍ୟନ୍ତ ଅଲୋକୀକରଣ କରି ମନ୍ଦିର ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଯୁବଗୋଷ୍ଠୀ। ଗ୍ରାମବାସୀଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼