Before Header

ରୋଗୀକୁ ଆଣିବାକୁ ଯାଇ ରାସ୍ତାରେ ଫସିଲା ଆମ୍ବୁଲାନ୍ସ

0 27

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ମାଆକୁ ସମ୍ମାନ ଗାଁକୁ କାମ କହି ବାହା ବାହା ନେଉଥିବା ବେଳେ ତିହିଡି ବ୍ଲକ ସାହାପୁର ପଞ୍ଚାୟତ ମଝିଗ୍ରାମ-କବିର ପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଉପେନ୍ଦ୍ର ସୁତାରଙ୍କ ବୋହୂ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସେ ୧୦୨କୁ ଫୋନରେ ଯୋଗାଯୋଗ କରିଥିଲେ ।

ଗାଡ଼ି ଆସିଲା ସତ କିନ୍ତୁ ଖପରା ଡିହଠାରେ ମଝି ରାସ୍ତାରେ କାଦୁଅରେ ୨ଘଣ୍ଟା ପର୍ୟ୍ୟନ୍ତ ଫସି ରହିଥିଲା। ଗାଁ ଲୋକମାନଙ୍କ ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅ ରାସ୍ତାରୁ ବାହାର କରି ୨ଘଣ୍ଟାପରେ ଗର୍ଭବତୀକୁ ମେଡିକାଲ ନେଇଥିଲେ ।

Leave A Reply

Your email address will not be published.